ଉତକ୍ଷେପଣ ହେଲା SSLV-D1/EOS-02, ନିଜ ନିର୍ଦ୍ଧାରିତ କକ୍ଷରେ ପହଞ୍ଚିବା ପରେ ସିଗନାଲ ମିଳିବା ହୋଇଯାଇଛି ବନ୍ଦ

ଆନ୍ଧ୍ରପ୍ରଦେଶ: ଇସ୍ରୋ ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ । ଉତକ୍ଷେପଣ ହେଲା ସ୍ମଲ ସାଟେଲାଇଟ୍‌ ଲଞ୍ଚ ଭେଇକିଲ SSLV-D1/EOS-02 । ଆନ୍ଧ୍ରପ୍ରଦେଶ ଶ୍ରୀ ହରିକୋଟା ସ୍ଥିତ ସତୀଶ ଧାଓ୍ଵନ୍‌ ସ୍ପେସ୍‌ ସେଣ୍ଟରରୁ SSLVର ଉତକ୍ଷେପଣ ହେଲା । ୫୦ ଗ୍ରାମ ଓଜନର ପ୍ରାୟ ୮୫ଟି SSLV-D1/EOS-02କୁ ଛାତ୍ରୀମାନେ ତିଆରି କରିଛନ୍ତି । ଏସବୁ ସେଟେଲାଇଟ କୃଷି, ଜଙ୍ଗଲ ଓ ବିପର୍ଯ୍ୟୟ ପରିଚାଳନା ଦିଗରେ ତଥ୍ୟ ଦେବ ।

ରକେଟ୍ ସଠିକ ଭାବରେ କାର୍ଯ୍ୟ କରି ସାଟେଲାଇଟ୍‌କୁ ତାର ନିର୍ଦ୍ଧାରିତ କକ୍ଷରେ ପହଞ୍ଚାଇଥିଲା। ତେବେ ଅନ୍ତରୀକ୍ଷରେ ପହଞ୍ଚିବା ସାଟେଲାଇଟ୍‌ରୁ ସିଗନାଲ୍ ମିଳିବା ବନ୍ଦ ହୋଇଯାଇଥିବା ସୂଚନା ମିଳିଛି । ISRO ମୁଖ୍ୟ ଏସ୍ ସୋମନାଥ କହିଛନ୍ତି ଯେ ISRO ମିଶନ କଣ୍ଟ୍ରୋଲ ସେଣ୍ଟର ଡାଟା ଲିଙ୍କ ପାଇବାକୁ ନିରନ୍ତର ଚେଷ୍ଟା କରୁଛି, ଲିଙ୍କ ମିଳିବ ମାତ୍ରେ ଆମେ ସମସ୍ତଙ୍କୁ ଜଣାଇବୁ। EOS02 ହେଉଛି ଏକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ, ଯାହା ୧୦ ମାସ ପାଇଁ ମହାକାଶରେ କାମ କରିବ। ଏହାର ଓଜନ ୧୪୨ କିଲୋଗ୍ରାମ ଏବଂ ଏହାର ମଧ୍ୟମ ଏବଂ ଲଙ୍ଗ୍ ୱେବ୍‌ଲେନ୍ଥ ୱଇଫ୍ରାରେଡ୍ କ୍ୟାମେରା ଅଛି। ଯାହାର ରେଜୋଲୁସନ ୬ ମିଟର, ଏହା ରାତିରେ ମଧ୍ୟ ଜଳ ଉପରେ ନଜର ରଖିପାରେ, ଏହା ବ୍ୟତୀତ ସ୍ପେସ୍ କିଡଜ୍ ଇଣ୍ଡିଆ ନାମକ ସ୍ପେସ୍ ଏଜେନ୍ସିର ଛାତ୍ର ଉପଗ୍ରହ AzaadiSAT ମଧ୍ୟ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.