ସାମ୍ନାକୁ ଆସିଲା କରୋନାର ଆଉ ଏକ ନୂଆ ରୂପ, ଭୂତାଣୁର ମ୍ଯୁଟେସନ ଇଂଲଣ୍ଡ ଓ ସାଉଥ ଆଫ୍ରିକା ଷ୍ଟ୍ରେନ ଠାରୁ ଭିନ୍ନ

ଜାପାନରେ ପୁଣିଥରେ କରୋନା ଭାଇରସର ଆଇ ଏକ ନୂଆ ରୂପ (ଷ୍ଟ୍ରେନ) ସାମ୍ନାକୁ ଆସିଛି। ବ୍ରାଜିଲରୁ ଜାପାନ ପହଞ୍ଚିଥିବା ଯାତ୍ରୀଙ୍କ ଶରୀରରେ ଏହି ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି। ବ୍ରାଜିଲ୍ର ଆମାଜନସ୍ ପ୍ରଦେଶରୁ ଆସିଥିବା ଚାରିଜଣ ପର୍ଯ୍ୟଟକଙ୍କ ଠାରେ ନୂଆ ‘ଷ୍ଟ୍ରେନ୍’ର ଅନ୍ୟ ଏକ କରୋନାଭାଇରସ୍ ଚିହ୍ନଟ କରାଯାଇଥିବା କଥା ରବିବାର ଦିନ ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ରିପୋର୍ଟ ମୁତାବକ, ଚିହ୍ନଟ ହୋଇଥିବା ଏହି ନୂଆ ‘ଷ୍ଟ୍ରେନ୍’ର ଭାଇରସ ବିରୋଧରେ ଟିକା ସବୁ ଫଳପ୍ରଦ ହେଉଛି କି ନାହିଁ ତାହା ଅଧ୍ୟୟନ କରାଯାଉଛି। ବ୍ରାଜିଲ୍ରୁ ଆସିଥିବା ଏହି ନୂଆ ‘ଷ୍ଟ୍ରେନ୍’ର ଭୂତାଣୁ କେତେ ଅଧିକ ସଂକ୍ରାମକ ସେ ସମ୍ପର୍କରେ ଏବେ କୌଣସି ପ୍ରମାଣ ମିଳିନାହିଁ। ବ୍ରାଜିଲ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ କହିଛି ଯେ, ଚିହ୍ନିତ ନୂଆ ‘ଷ୍ଟ୍ରେନ୍’ ଭୂତାଣୁର ୧୨ଟି ମ୍ଯୁଟେସନ ରହିଥିବା କଥା ଜାପାନର କର୍ତ୍ତୃପକ୍ଷମାନେ ତାଙ୍କୁ ଅବଗତ କରାଇଛନ୍ତି।

Coronavirus

ଜାନୁଆରୀ ୨ ତାରିଖରେ ଟୋକିଓର ହାନେଦା ବିମାନ ବନ୍ଦରରେ ପହଞ୍ଚିଥିବା ଚାରିଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ଚାଳିଶ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ, ତିରିଶ ବର୍ଷରୁ ଅଧିକ ଜଣେ ମହିଳାଙ୍କର ମୁଣ୍ଡ ବିନ୍ଧିବା ସହ ତଣ୍ଟି ଦରଜ ହୋଇଥିଲା। ଅନ୍ୟ ଜଣେ ତରୁଣଙ୍କୁ ଜ୍ୱର ହୋଇଥିଲା ବେଳେ ଆଉ ଜଣେ ତରୁଣୀଙ୍କ ଠାରେ ଆଦୌ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ସେମାନଙ୍କୁ ବିମାନ ବନ୍ଦରରେ କ୍ବାରେଣ୍ଟାଇନରେ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.