ସହମତି ଭିତ୍ତିକ ଯୌନ ସମ୍ପର୍କ ପୂର୍ବରୁ ବ୍ୟକ୍ତି ତାଙ୍କ ସାଥୀଙ୍କ ଆଧାର କାର୍ଡ ଯାଞ୍ଚ କରିପାରିବେ ନାହିଁ’: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ନିକଟରେ ଏକ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ସହମତି ଭିତ୍ତିକ ଶାରୀରିକ ସମ୍ପର୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ରାୟରେ କୋର୍ଟ କହିଛନ୍ତି ଯେ ଜଣେ ବ୍ୟକ୍ତି ତାଙ୍କ ସାଥୀଙ୍କ ଜନ୍ମ ତାରିଖକୁ ଆଇନଗତ ଭାବେ ଯାଞ୍ଚ କରିବା ଜରୁରୀ ନୁହେଁ । ନାବାଳିକା ସହ ‘ବଳାତ୍କାର’ ଅଭିଯୋଗରେ ଜାମିନ ପ୍ରଦାନ କରୁଥିବା ବେଳେ କୋର୍ଟ ଏହା କହିଛନ୍ତି। ଜଷ୍ଟିସ ଯସମିତ ସିଂଙ୍କ ଏକକ ବେଞ୍ଚ POCSO ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ସରକାରୀ ଦଲିଲ ଅନୁଯାୟୀ ନାବାଳିକାଙ୍କର ୩ଟି ଭିନ୍ନ ଜନ୍ମ ତାରିଖ ରହିଛି। ଏ ନେଇ ପ୍ରଶ୍ନ ଉଠାଇଥିଲେ ବ୍ୟକ୍ତି ଜଣକ । ଏଥିରେ କୋର୍ଟ କହିଛନ୍ତି ଯେ ଜଣେ ବ୍ୟକ୍ତି ଯଦି ସହମତିରେ ଶାରୀରିକ ସମ୍ପର୍କ ରଖିଛି ତେବେ ସେ ତାଙ୍କ ପାର୍ଟନରଙ୍କର ଆଧାର କାର୍ଡ କିମ୍ବା ପ୍ୟାନ କାର୍ଡ ଏମିତିକି ତାଙ୍କ ସ୍କୁଲ ରେକର୍ଡରେ ଥିବା ଜନ୍ମ ତାରିଖ ଯାଞ୍ଚ କରିବା ଜରୁରୀ ନୁହେଁ । …ଏହି ମାମଲାରେ ପୀଡିତା ମହିଳା ଅପରାଧ ସମୟରେ ନାବାଳିକା ଥିଲେ ବୋଲି ଦାବି କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମେ ସେ ସହମତି ଭିତ୍ତିରେ ଯୌନ ସମ୍ପର୍କ ରଖିବାକୁ ସେ ପ୍ରଲୋଭିତ ହୋଇଥିଲେ, ତା’ପରେ ଅଭିଯୁକ୍ତ ତାଙ୍କୁ ଧମକ ଦେଇ ବଳାତ୍କାର କରିଥିଲେ।

ତେବେ ପୂରା ମାମଲାର ଶୁଣାଣି ପରେ କୋର୍ଟ କହିଛନ୍ତି ଯେ ଝିଅଟି ନିଜେ କହିଛି କି ଅଭିଯୁକ୍ତଙ୍କ ସହ ତାଙ୍କର ସମ୍ପର୍କ ୨୦୧୯ରୁ ହୋଇଥିଲା। ଯଦି ତାଙ୍କୁ ବ୍ଲାକମେଲ କରାଯାଇଥିଲା ତେବେ ସେ କାହିଁକି ଆରମ୍ଭରୁ ପୋଲିସ ନିକଟରେ ଅଭିଯୋଗ କରିନଥିଲେ ? ଏହା ବ୍ୟତୀତ କୋର୍ଟ କହିଛନ୍ତି ଯେ ଆଧାର କାର୍ଡ ପ୍ରମାଣ କରେ ଯେ ସେହି ଅଭିଯୋଗ ସମୟରେ ସେ ସାବାଳିକା ଥିଲେ, ତେଣୁ POCSOରେ ମାମଲା ରୁଜୁ ହୋଇନାହିଁ। ତେବେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଉକ୍ତ ବ୍ୟକ୍ତିଙ୍କ ଦ୍ୱାରା ଆଧାର କାର୍ଡ ତିଆରି ଅଭିଯୋଗ କେବଳ ଅନୁସନ୍ଧାନରେ ପ୍ରମାଣିତ ହେବ।

ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯସମିତ ସିଂ କହିଛନ୍ତି, ପୀଡ଼ିତାଙ୍କ ଆଧାର କାର୍ଡ ଅଛି ଏବଂ ଏହା ଦର୍ଶାଉଛି ଯେ ୧.୧.୧୯୯୮ ହେଉଛି ତାଙ୍କର ଜନ୍ମ ତାରିଖ। ତେବେ, ଜଣାପଡ଼ିଛି ଯେ ପୀଡ଼ିତାଙ୍କର ତିନି ତିନିଟି ଜନ୍ମ ତାରିଖ ରହିଛି ।

ଅନ୍ୟପକ୍ଷରେ ମାମଲାରେ ହୋଇଥିବା ଆର୍ଥିକ କାରବାରରୁ ପ୍ରାଥମିକ ଭାବେ ଏହା ଏକ ‘ହନିଟ୍ରାପ୍’ ମାମଲା ପରି ମନେହୁଏ । ୨୦୧୯ ଏବଂ ୨୦୨୧ରେ ଘଟିଥିବା ଏହି ଘଟଣା ପାଇଁ ଏପ୍ରିଲରେ ଏଫଆଇଆର କରାଯାଇଥିଲା । ଏତେ ବିଳମ୍ବରେ ସେ କାହିଁକି ଏଫ୍‌ଆଇଆର କଲେ ସେ ନେଇ କୌଣସି ସନ୍ତୋଷଜନକ କାରଣ ଦିଆଯାଇ ନାହିଁ। ଏଫଆଇଆରରେ ଦର୍ଶାଯାଇଥିବା ବିବରଣୀ ଅନୁଯାୟୀ, ୨୦୧୯ରୁ ଆବେଦନକାରୀଙ୍କ ସହ ତାଙ୍କର ସମ୍ପର୍କ ରହିଛି। ପ୍ରାଥମିକ ଦୃଷ୍ଟିରୁ, ଏହା ଏକ ବ୍ଲାକମେଲିଂ ଓ ହନିଟ୍ରାପିଂର ମାମଲା ପରି ମନେହୁଏ। ତଥାପି ଦିଲ୍ଲୀ ପୁଲିସ କମିଶନର ଏହି ମାମଲାର ବିସ୍ତୃତ ଅନୁସନ୍ଧାନ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.