ଆମେରିକା କାଲିଫର୍ଣ୍ଣିଆରେ ଘରେ ପଶି ୩ ଜଣଙ୍କୁ ଗୁଳି କରି ହତ୍ୟା, ଜଣେ ଗିରଫ

ଆମେରିକା କାଲିଫର୍ଣ୍ଣିଆରେ ବୁଧବାର ରାତିରେ ଘରେ ପଶି ୩ ଜଣଙ୍କୁ ଗୁଳି ମାରି ହତ୍ୟା କରିଥିବା ବ୍ୟକ୍ତି ଗିରଫ । ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ଗିରଫ ହୋଇଥିବା ବ୍ୟକ୍ତିକୁ ପୋଲିସ ଘଟଣା ବିଷୟରେ ପଚରାଉଚରା କରୁଛି । ଘଟଣା ସ୍ଥଳରୁ ଫରେନ୍ସିକ ଯାଞ୍ଚ ପାଇଁ ନମୁନା ନିଆଯାଇଛି । ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ଅଲମୋଡା ପୋଲିସ ବିଭାଗ ସୂଚନା ଦେଇଛି ।
ପୋଲିସ ଜାରି କରିଥିବା ବୟାନ ଅନୁଯାୟୀ, ଜଣେ ବ୍ୟକ୍ତି ଫୋନ କରି କହିଥିଲେ, ତାଙ୍କ ପଡୋଶୀ ଅଲମୋଡା ସହରର କଟ୍ଟି ହକ୍ ରୋଡର ୪୦୦ ବ୍ଲକରେ ଗୁଳିକାଣ୍ଡ କରିଛି । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଘରେ ନାବାଳିକା ସହିତ ପରିବାରର ଅନ୍ୟ ସଦସ୍ୟ ଗୁଳି ବାଜିବା ଯୋଗୁଁ ଆହତ ହୋଇଛନ୍ତି । ଘଟଣା ସ୍ଥଳରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
ତେବେ ଏହି ଘଟଣା ପରେ ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପୋଲିସ ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ଯାଞ୍ଚ ଜାରି ରଖିଛି ।
ସୂଚନାଯୋଗ୍ୟ, ଆମେରିକାର କାଲିଫର୍ଣ୍ଣିଆରେ ଏକ ଭାରତୀୟ ପରିବାରକୁ ହତ୍ୟା କରାଯାଇଥିଲା । ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା । ଏକ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୂରା ପରିବାରର ମୃତଦେହ ମିଳିଥିଲା । ମୃତଦେହ ଗୁଳି ମାଡ ଚିହ୍ନ ରହିଥିଲା । ମୃତକଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀଙ୍କ ସହିତ ଦୁଇ ଯାଆଳାଁ ଶିଶୁ ରହିଥିଲେ ।