ଲୋକାଲ ଟ୍ରେନରେ ବୁଲିଲା ଘୋଡ଼ା, ଫଟୋ ହେଲା ଭାଇରାଲ

ଅନେକ ସମୟରେ ପଶୁ ପକ୍ଷୀଙ୍କୁ ପଶୁପ୍ରେମୀମାନେ ଗାଡ଼ିରେ ନେବା ଦେଖିବାକୁ ମିଳିଛି। ଏମିତି ଆପଣ ଜାଣିଥିବେ ୟୁକ୍ରେନରୁ ଫେରୁଥିବା ଅନେକ ଭାରତୀୟ ନିଜ ପୋଷା କୁକୁର ଏବଂ ପୋଷା ବିଲେଇକୁ ନେଇ ଫ୍ଲାଇଟରେ ଭାରତ ଫେରିଥିଲେ। ଏକ ଅନେକ ଭିଡ଼ିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ଠିକ୍ ସେମିତି ଆଜି ମଧ୍ୟ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି।

horse
picture credit- Hindustan Times

ସେ ପୁଣି କୁକୁରର ନୁହେଁ କି ବିଲେଇର ନୁହେଁ। ଏକ ଘୋଡ଼ାର ଫଟୋ ବର୍ତ୍ତମାନ ଭାଇରାଲ୍ ହେଉଛି। ଘୋଡ଼ାଟି ପୁଣି ଲୋକାଲ ଟ୍ରେନରେ ଯାତ୍ରା କରୁଛି। ଅନେକ ଯାତ୍ରୀଙ୍କ ଗହଣରେ ଘୋଡ଼ାଟି ଛିଡ଼ା ହେଇଛି। ଏପରି ୱେଷ୍ଟବେଙ୍ଗଲରେ ଏକ ଜନଗହଳିପୂର୍ଣ୍ଣ ସ୍ଥାନୀୟ ଟ୍ରେନ୍ ଭିତରେ ଘୋଡ଼ା ଠିଆ ହୋଇଥିବା ଦେଖିବାକୁ ମିଳିଛି।

ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ପ୍ରଶ୍ନ କରିଛନ୍ତି ତ କିଛି ଲୋକ ଏହାକୁ ଦେଖି ଭଲ କମେଣ୍ଟ ମଧ୍ୟ କରିଛନ୍ତି। ତେବେ ରେଳବାଇ ଏପର୍ଯ୍ୟନ୍ତ ଏହି ଫଟୋର ସତ୍ୟତାକୁ ନେଇ କୌଣସି ମତ ରଖି ନାହାନ୍ତି। ଫଟୋକୁ ଦେଖି ସରିବା ପରେ ଏହା କିପରି ଘଟିଲା ତାହା ଜାଣିବା ପାଇଁ ଓ ଏହା ବିଷୟରେ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛି ରେଳବାଇ।

ଖବର ଅନୁଯାୟୀ, ସ୍ଥାନୀୟ ଟ୍ରେନ୍‌ରେ ଏକ ସିଲଦାହ-ଡାଇମଣ୍ଡ ହାରବର୍‌ ଡାଉନ୍ ଲୋକାଲ ଟ୍ରେନରେ ଏହି ଫଟୋ ଉଠାଯାଇଥିଲା। ଘୋଡ଼ାଟିର ମାଲିକ ମଧ୍ୟ ସେଠାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଯଦିଓ ଯାତ୍ରୀମାନେ ଏତେ ବଡ଼ ଘୋଡା ସହିତ ଟ୍ରେନରେ ଚଢ଼ୁଥିବ ବ୍ୟକ୍ତିଙ୍କ ଉପରେ ଆପତ୍ତି କରିଥିଲେ, ତଥାପି ସେ ସମସ୍ତଙ୍କ କଥାକୁ ଟାଳି ନିଜ ସହିତ ତାଙ୍କ ଘୋଡା ପାଇଁ ଟ୍ରେନରେ ସ୍ଥାନ ବାହାର କରିଥିଲେ ଓ ଯାତ୍ରା କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.