ନିଅଁ ଖୋଳିବା ବେଳେ ମିଳିଲା କୋଟି କୋଟି ଟଙ୍କାର ସୁନା ଗହଣା, ନିଜ ନିଜ ଭିତରେ ବାଣ୍ଟି ନେଇଯାଇଥିଲେ ୮ ଶ୍ରମିକ; କିନ୍ତୁ ତା’ପରେ…

ମଧ୍ୟ ପ୍ରଦେଶ: ସାଧାରଣତଃ ପୁରୁଣା କୋଠା ଓ ଅଟ୍ଟାଳିକାକୁ ଖନନ କରିବା ବେଳେ ସୁନା, ଚାନ୍ଦି ଓ ପ୍ରାଚୀନ ମୁଦ୍ରା ମିଳିଥାଏ। କିନ୍ତୁ ଏବେ ଏକ ଘର ନିର୍ମାଣ ବେଳେ ମାଟି ଖୋଳିବା ବେଳେ ସୁନାର ଅଳଙ୍କାର ଓ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରାଚୀନ ମୁଦ୍ରା ମିଳିଛି। ଖନନ କରୁଥିବା ଶ୍ରମିକମାନେ ଏହି ସୁନା ଅଳଙ୍କାରକୁ ନିଜ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ। କିନ୍ତୁ ବେଳା ଖରାପ ଯୋଗୁ ଏକ ଅପ୍ରୀତିକର ଘଟଣା ଘଟିଥିଲା। ଫଳରେ ଏହି ଘଟଣା ଏବେ ସାମ୍ନାକୁ ଆସିଛି।

MP2

ରିପୋର୍ଟ ମୁତାବକ, ମଧ୍ୟ ପ୍ରଦେଶର ଧାରରେ ଜଣେ ବ୍ୟକ୍ତିଙ୍କ ଘର ନିର୍ମାଣ ପାଇଁ ନିଅଁ ଖୋଳାଯାଉଥିଲା। ଏଥିପାଇଁ ସେ ଶ୍ରମିକ ନିୟୋଜିତ କରିଥିଲେ। କିନ୍ତୁ ନିଅଁ ଖୋଳିବା ବେଳେ ଶ୍ରମିକଙ୍କୁ ମାଟି ତଳୁ ସୁନା ଗହଣା ମିଳିଥିଲା। ଏତେ ପରିମାଣର ସୁନା ଗହଣା ଓ ପ୍ରାଚୀନ ମୁଦ୍ରା ପାଇ ସେମାନେ ଅତ୍ୟନ୍ତ ଖୁସି ହୋଇଯାଇଥିଲେ। ମାଲିକଙ୍କୁ ଏ ବିଷୟରେ କିଛି ଜଣାଇନଥିଲେ। ଆଉ ଝଗଡ଼ା କି ପାଟି ତୁଣ୍ଡ ନ କରି ସବୁ ଜିନିଷକୁ ନିଜ ଭିତରେ ସମାନ ଭାବେ ବାଣ୍ଟି ନେଇଥିଲେ। କିନ୍ତୁ ପୋଲିସକୁ ଏନେଇ କୌଣସି ସୂତ୍ରରୁ ଜଣାପଡ଼ିଯାଇଥିଲା। ଏ ନେଇ ସୂଚନା ମିଳିବା ପରେ ପୋଲିସ ଶୁକ୍ରବାର ସମସ୍ତ ସାମଗ୍ରୀକୁ ଜବତ କରିଛି। ଏଥିସହ ୮ ଜଣଙ୍କୁ ଅଟକ ରଖିଛି।

 

View this post on Instagram

 

A post shared by The Tatva (@thetatvaindia)

ପୋଲିସ ଏହି ବିଲ୍ଡିଂର ନିଅଁ ଖୋଳିବାରେ ନିୟୋଜିତ ଆଠ ଜଣଙ୍କୁ ଗିରଫ କରି ପ୍ରତିଟି ବ୍ୟକ୍ତିଙ୍କ ଠାରୁ ପ୍ରଚୁର ପରିମାଣର ସୁନା, ଲୁହା ଭଳି ଧାତୁ ସମେତ ମୋଟ୍‌ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି। ଏ ନେଇ ଥାନାଧିକାରୀ ସମୀର ପାଟୀଦାର କହିଛନ୍ତି, ସମସ୍ତଙ୍କ ବିରୋଧରେ ଆଇନ୍‌ ଅନୁସାରେ ଦଣ୍ଡବିଧାନ ହେବ। ପୋଲିସ ଖୁବ୍‌ଶୀଘ୍ର ଏହି ମାମଲାର ଖୁଲାସା କରିବ ବୋଲି କହିଛି।

Also Read: ଆଜିର ରାଶି ! ଜାଣନ୍ତୁ କେମିତି କଟିବ ପୂରା ଦିନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.