ଦିଲ୍ଲୀ ତୁଗଲକାବାଦ ଅଞ୍ଚଳରେ ଏକ ଅଟୋ ଭିତରୁ ୫ ଫୁଟିଆ ଏକ ଅଜଗରକୁ ଉଦ୍ଧାର କରାଯାଇଛି। ସାପଟି ଅଟୋ ପଛ ସିଟରେ ଲୁଚିକି ରହିଥିଲା। Wildlife SOSର ଜଣେ ଅଧିକାରୀ କହିଛନ୍ତି, ବୁଧବାର ସକାଳେ ରାସ୍ତା ପାର୍ଶ୍ୱରେ ରଖାଯାଇଥିବା ଏକ ଅଟୋରିକ୍ସା ଭିତରୁ ବିରାଟ ଅଜଗରକୁ ଧରାଯାଇଛି। ସେହି ସମୟରେ ଅଟୋରେ କେହି ନ ଥିଲେ।
ଡ୍ରାଇଭର ନିଜ ଅଟୋର ସିଏନଜି କିଟ ତଳେ ଅଜଗର ଶୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ୱାଇଲଡ ଲାଇଫ ଏନଜିଓର ହେଲ୍ପଲାଇନ ନମ୍ବରକୁ ଫୋନ କରିଥିଲେ। ଖବର ପାଇ ଏନଜିଓ ଦୁଇ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସାପଟିକୁ ନେଇ ଜଙ୍ଗଲରେ ଛାଡି ଦିଆଯାଇଛି। Wildlife SOSର ସହ ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କାର୍ତ୍ତିକ ସତ୍ୟନାରାୟଣ କହିଛନ୍ତି, ସାପକୁ ଉଦ୍ଧାର କରିବା ଏକ ଚ୍ୟାଲେଞ୍ଜର କାମ। କିନ୍ତୁ ଆମ ଟିମ ଏମିତି ସମ୍ବେଦନଶୀଳ ଅଭିଯାନ ପାଇଁ ପ୍ରଶିକ୍ଷଣ ପ୍ରାପ୍ତ କରିଛନ୍ତି’।