ଭୂତ ଛଡ଼ାଇବା ନାଁରେ ଫଳ ବେପାରୀ ଝିଅକୁ କରୁଥିଲା ଦୁଷ୍କର୍ମ…ପରିବାର ଲୋକଙ୍କୁ ଘରେ ବନ୍ଦ କରି ୬ ମାସ ଧରି ଚଳାଇଥିଲା କାରନାମା

ଶରୀରରୁ ଭୂତ ଛଡ଼ାଇବା ନାଁରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ସହ ୬ ମାସ ଧରି ଦୁଷ୍କର୍ମ ହୋଇଛି। ଘଟଣା ଘଟିଛି ମଧ୍ୟପ୍ରଦେଶ ଭୋପାଳର ହବିବଗଞ୍ଜ ଅଞ୍ଚଳରେ। ପୋଲିସ ସୂଚନା ମୁତାବକ, ଏଠାରେ ୩୦ ବର୍ଷୀୟ ଜଣେ ଫଳ ବେପାରୀ ନାବାଳିକାଙ୍କ ଶରୀରରୁ ଭୂତ ଛଡ଼ାଇବା ନାଁରେ ଏଭଳି କାଣ୍ଡ କାରନାମା କରି ଆସୁଥିଲେ। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ନାବାଳିକାଙ୍କ ଅଭିଯୋଗ ମୁତାବକ, ନିହାଲ ବେଗ ନାମକ ବ୍ୟକ୍ତି ତାଙ୍କ ଘରକୁ ଆସୁଥିଲେ। କାହିଁକି ନା, ସେ ଦାବି କରୁଥିଲେ ଯେ ତାଙ୍କ ପୂଜାପାଠ ଦ୍ୱାରା ଘରେ ସୁଖ, ଶାନ୍ତି ଆସିବ ଏବଂ ଆର୍ଥିକ ସମସ୍ୟା ଦୂର ହୋଇଯିବ। ପୋଲିସର କହିବା ହେଲା, ପୀଡ଼ିତାଙ୍କ ବାପାଙ୍କର ଇଲେକ୍ଟ୍ରୋନିକ ଗ୍ୟାଜେଟ୍‌ ବିଜନେସ୍‌ ଥିବାବେଳେ ମା’ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି।

ଲକ୍‌ଡାଉନ ସମୟରେ ବିଜନେସ୍‌କୁ ଯଥେଷ୍ଟ କ୍ଷତି ହୋଇଥିଲା, ଯେଉଁ କାରଣରୁ ନାବାଳିକାଙ୍କ ବାପା ଡିପ୍ରେସନକୁ ଚାଲି ଯାଇଥିଲେ। ଏହି ସମୟରେ ପରିବାର ଲୋକଙ୍କର ନିହାଲ ବେଗ୍‌ଙ୍କ ସହିତ ସାକ୍ଷାତ ହୋଇଥିଲା। ନିହାଲ ସେମାନଙ୍କୁ କହିଥିଲେ ଯେ ଝିଅ ଶରୀରରେ ଏକ ଦୁଷ୍ଟ ଆତ୍ମା ବାସ କରୁଛି, ଯାହାକୁ ସେ ଛଡ଼ାଇ ପାରିବେ। ତେବେ ସେ ସପ୍ତାହରେ ଦୁଇଥର ପୀଡ଼ିତାଙ୍କ ଘରକୁ ଆସୁଥିଲେ ଏବଂ ପରିବାରର ସମସ୍ତ ସଦସ୍ୟଙ୍କୁ କହୁଥିଲେ ଯେ କର୍ମକାଣ୍ଡ ଚାଲିବା ସମୟରେ ସମସ୍ତେ ଅଲଗା କୋଠରୀରେ ରହିବା ଦରକାର। ପରିବାର ଲୋକେ କୋଠରୀରେ ବନ୍ଦ ହେବା ପରେ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିଲେ।

ପୀଡ଼ିତା ଅଭିଯୋଗ କରିଛନ୍ତି, ଦୁଷ୍କର୍ମ ଘଟଣା ପରେ ଅଭିଯୁକ୍ତ ତାଙ୍କ ମା’, ବାପାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ। ମାମଲା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଅଭିଯୁକ୍ତ ଜଣକ କହିଥିଲେ ଯେ ସେ ଭୂତ ଛଡ଼ାଇ ଦେଇଛନ୍ତି ଏବଂ ବର୍ତ୍ତମାନ ତାଙ୍କର ଆଉ ଆସିବା ଦରକାର ନାହିଁ। ଏ ବିଷୟରେ ଶୁଣିବା ପରେ ପୀଡ଼ିତା ଜଣକ ସମସ୍ତ କଥା ନିଜ ମା’, ବାପାଙ୍କୁ ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.