ମାତ୍ର ୧୭ ଦିନରେ ଛାତ୍ରୀ କଲେ ରେକର୍ଡ, ବନାଇଲେ ଦୁନିଆର ସବୁଠାରୁ ବଡ ପେଣ୍ଟିଂ

ଆଜିକାଲିର ଛାତ୍ରଛାତ୍ରୀ ଦୁନିଆରେ ରେକର୍ଡ କରିବା ନିଶାରେ କିଛି ବି କରିପାରୁଛନ୍ତି। ଏପରି କିଛି ନିଶା ରାତାରାତି କାହାକୁ ଷ୍ଟାର ମଧ୍ୟ କରିପାରୁଛି। ଏପରି ଏକ ରେକର୍ଡ କରିବାର ନିଶା ଯୋଗୁଁ ଜଣେ ଛାତ୍ରୀ ମାତ୍ର ୧୭ ଦିନରେ ଏପରି କିଛି କରିଛନ୍ତି, ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏଭଳି ଏକ ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି।

ରାଜସ୍ଥାନର ବିକାନେରରେ ରହୁଥିବା ମେଘା ହର୍ଷ ଦୁନିଆର ସବୁଠାରୁ ବଡ ପେଣ୍ଟିଂ କରିବା ଦାବି କରିଛନ୍ତି। ବିକାନେର ବଏଜ ସ୍କୁଲରେ ପଢୁଥିବା ମେଘା ଗତ ୧୬ ତାରିଖରେ ଏହି ପେଣ୍ଟିଂ କରିବା ଆରମ୍ଭ କରିଥିଲେ। ମେଘା ୧୭ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୬ ଘଣ୍ଟା ପରିଶ୍ରମ କରି ଏହି ପେଣ୍ଟିଂ ତିଆରି କରିଛନ୍ତି । ଦୀର୍ଘ ୧୭ ଦିନର ପରିଶ୍ରମ କରିବା ପରେ ମେଘା ୭୦ ଫୁଟ ଲମ୍ବା ଏବଂ ୭୦ ଫୁଟ ଉଚ୍ଚ ପେଣ୍ଟିଂ ତିଆରି କରିପାରିଛନ୍ତି। ଏହି ପେଣ୍ଟିଂ ଗିନିଜ ଓ୍ଵାଲର୍ଡ ରେକର୍ଡରେ ସ୍ଥାନ ପାଇବା ଯୋଗ୍ୟ ବୋଲି ମେଘା କହିଛନ୍ତି। ଏହା ପୂର୍ବରୁ ପେଣ୍ଟିଂ କରିବାର ରେକର୍ଡ ସାଇପ୍ରସର ଏଲେକ୍ସଙ୍କ ନାମରେ ଥିଲା। ଯିଏ ୫୯ ଲମ୍ବା ୫୯ ଉଚ୍ଚତା ବିଶିଷ୍ଟ ପେଣ୍ଟିଂ ପୂର୍ବରୁ ପ୍ରସ୍ତୁତ କରିଥିଲେ।

ଏହାସହ ପଢନ୍ତୁ ; ମେନୁ କାର୍ଡ ପାଇଁ ରେଷ୍ଟୁରାଣ୍ଟକୁ ସହିବାକୁ ପଡିଲା ୪୪ ଲକ୍ଷ ଟଙ୍କାର କ୍ଷତି, ମାମଲା ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

ଏହି ପେଣ୍ଟିଂର ବିଷୟବସ୍ତୁ ୟୁଏନ୍‌ ଦ୍ୱାରା ସ୍ଥାପିତ ‘ସସଟେନବଲ ଡେଭଲେପମେଣ୍ଟ ଗ୍ଲୋବ୍ସ’ ଉପରେ ପର୍ଯ୍ୟବେସିତ। ଯେଉଁଥିରେ ଜଳବାୟୁ ପରିବର୍ତ୍ତନ, ଜଳ ସଂରକ୍ଷଣ ଏବଂ ମହିଳା ସୁରକ୍ଷା ଭଳି ବିଷୟବସ୍ତୁ ସାମିଲ ରହିଛି। ମେଘାଙ୍କ ପେଣ୍ଟିଂ ସମଗ୍ର ଦେଶରେ ପ୍ରଦର୍ଶିତ କରାଯାଇଛି। ପୂର୍ବରୁ ମେଘା ନିଜର ପେଣ୍ଟିଂ ପାଇଁ ଅନେକ ସ୍ୱର୍ଣ୍ଣପଦକ ପାଇସାରିଛନ୍ତି।

Swagatika

Recent Posts

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

13 mins ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

29 mins ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

41 mins ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

2 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

2 hours ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

3 hours ago