ତେଜସ୍ୱୀ ଯାଦବଙ୍କ ନିର୍ବାଚନୀ ସଭାରେ ହଙ୍ଗାମା, ଚେୟାର ଉଠାଇ ପିଟାପିଟି ହେଲେ କର୍ମୀ

ବିହାରର ସିମରି ବଖତିଆରପୁରରେ ହଙ୍ଗାମା । ରାଷ୍ଟ୍ରୀୟ ଜନତା ଦଳର ନେତା ତଥା ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ସେଠାକୁ ଏକ ନିର୍ବାଚନୀ ସଭାରେ ଯୋଗ ଦେବାକୁ ଯାଇଥିଲେ । ଏହି ସଭାରେ ଜଣେ ଯୁବକ ତାଙ୍କୁ ଫୁଲମାଳ ପିନ୍ଧାଇବା ପାଇଁ ଯାଉଥିବା ବେଳେ ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇଥିଲେ । ଯୁବକ ଜଣକ ମଞ୍ଚ ଉପରକୁ ଉଠି ମାଳ ଦେବାକୁ ଚାହୁଁଥିଲା । ହେଲେ ତାକୁ ବିଦା କରି ଦିଆଗଲା । ଯୁବକ ଜଣକ ରାଗି ଯାଇ ସେଠାରେ ଚେୟାର ଭାଙ୍ଗିବା ଆରମ୍ଭ କଲା ।

TEJASWI

ଏଥିରେ ଉତ୍ତ୍ୟକ୍ତ ହୋଇ ସେଠାରେ ଉପସ୍ଥିତ ଥିବା ଦଳୀୟ କର୍ମୀମାନେ ଯୁବକକୁ ଚେୟାରରେ ପିଟିବା ଆରମ୍ଭ କରି ଦେଇଥିଲେ । ଆରମ୍ଭ ହୋଇଯାଇଥିଲା ତୁମୁଳ କାଣ୍ଡ । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ । ସୁରକ୍ଷାକର୍ମୀମାନେ ଯୁବକଟିକୁ ଉତ୍ତ୍ୟକ୍ତ ଲୋକଙ୍କ ଠାରୁ ରକ୍ଷା କରି ନେଇଯିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

ଏହି ଭିଡିଓ ଏବେ ଭାଇରାଲ ହୋଇଛି ।