ଦେଶ ବିଦେଶ

ଡିଭାଇଡର ଉପରେ ଚଢ଼ିଗଲା ଓଭର ସ୍ପିଡରେ ଆସୁଥିବା ଟ୍ରକ, ଟ୍ରାଫିକ ପୋଲିସଙ୍କ ସମେତ ୨ ଆହତ

ମାଙ୍ଗାଲୋରରେ ଏକ ଟ୍ରକ ନିୟନ୍ତ୍ରଣ ହରାଇ ରାସ୍ତାରେ ଡିଭାଇଡର ଉପରେ ଚଢିଯାଇଥିଲା । ଯାହାଦ୍ୱାରା ଅନେକ କ୍ଷୟକ୍ଷତି ହୋଇଛି ଏବଂ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଘଟଣା ଡିସେମ୍ବର ୭ରେ ମାଙ୍ଗାଲୋର ସହରରେ ଘଟିଛି । ଏହି ଟ୍ରକଟି ଓଭର ସ୍ପିଡରେ ଯାଉଥିଲା ଯାହା ଫଳରେ ସେ ନିୟନ୍ତ୍ରଣ ହରାଇଥିଲା ଏବଂ ଡିଭାଇଡର ଉପରେ ଚଢି ଯାଇଥିଲା । ଟ୍ରାଫିକ ପୋଲିସଙ୍କ ସମେତ ଏହି ଟ୍ରକଟି ଅନ୍ୟ ୩ ଜଣଙ୍କ ଉପରେ ଚଢିଯାଇଥିଲା ଯାହାଫଳରେ ସେମାନେ ଆହତ ହୋଇଛନ୍ତି । ଏହି ୩ ଜଣଙ୍କ ମଧ୍ୟରେ ଦୁଇ ବାପା ଝିଅ ମଧ୍ୟ ସାମିଲ ଥିଲେ ।

ଘରକୁ ଫେରୁଥିବା ସମୟରେ ସେମାନେ ମଧ୍ୟ ଏଥିରେ ଆହତ ହୋଇଥିଲେ । ଏହି ଟ୍ରକଟି ଏକ ବାଇକ ଓ ଏକ ଅଟୋକୁ ଧକ୍କା ଦେଇଥିଲା । ଟ୍ରକ ଧକ୍କା ଦେବା ଫଳରେ ଅଟୋଟି ସମ୍ପୂର୍ଣ୍ଣ ଭାବେ ଓଲଟିଯାଇଥିଲା । ରାସ୍ତାରେ ଯାଉଥିବା ଲୋକମାନେ ଭୟଭୀତ ହୋଇ ଦୌଡ଼ିପଳାଇ ଥିଲେ । ତେବେ ଏହି ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିଲା । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ୟୁଜରମାନେ ଏହାକୁ ଦେଖି ଅନେକ କମେଣ୍ଟ ମଧ୍ୟ କରୁଛନ୍ତି । ଆଜିକାଲି ରାସ୍ତାରେ ଯିବା କେତେ ବିପଦପୂର୍ଣ୍ଣ ହୋଇଗଲାଣି ସେ ବିଷୟରେ ଅନେକ ଲୋକ କମେଣ୍ଟରେ କହିଛନ୍ତି । ଆଜିକାଲି ସଡ଼କ ଦୁର୍ଘଟଣା ଖୁବ ବଢ଼ିଗଲାଣି ।

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତି ଘଣ୍ଟାରେ ମୋଟ ୫୩ ଟି ଦୁର୍ଘଟଣା ଏବଂ ୧୯ ଜଣଙ୍କର ମୃତ୍ୟୁ ଘଟୁଛି, ଯାହା ଗତ ବର୍ଷ ସଡକ ଦୁର୍ଘଟଣାରେ ହାରାହାରି ୧୨୬୪ ଦୁର୍ଘଟଣା ଏବଂ ୪୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ସମଗ୍ର ଭାରତରେ ୪,୬୧,୩୧୨ ସଡକ ଦୁର୍ଘଟଣା ଘଟି ୧,୬୮,୪୯୧ ଜଣଙ୍କର ମୃତ୍ୟୁ ଘଟିଛି । ଗତ ବର୍ଷ ସଡ଼କ ଦୁର୍ଘଟଣା ସଂଖ୍ୟା ୧୧.୯% ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୯.୪% ବୃଦ୍ଧି ପାଇଛି । ସରକାରୀ ରିପୋର୍ଟ ଅନୁଯାୟୀ ବୃଦ୍ଧି ପାଉଥିବା ଦୁର୍ଘଟଣାର ପ୍ରଭାବକୁ କମ କରିବାକୁ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ଗୁରୁତ୍ୱର ସହ ଗ୍ରହଣ କରିବାକୁ କହିଛି ।

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

1 min ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

4 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

38 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

40 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago