ଦେଶ ବିଦେଶ

ଶିଶୁ ନୁହେଁ ବୋରୱେଲରେ ଖସିପଡ଼ିଛି ଚୋର, ଚାଲିଛି ଉଦ୍ଧାର କାର୍ଯ୍ୟ

ବୋରୱେଲରେ ଶିଶୁ ନୁହେଁ ଖସି ପଡ଼ିଛି ଜଣେ ଚୋର । ଚୋରି କରିବା ପାଇଁ ଆସିଥିଲା କିନ୍ତୁ ରାତିର କିଟ୍‌ କିଟ୍‌ ଅନ୍ଧାରରେ କିଛି ବି ଦେଖାଯାଇ ନଥିଲା ଚୋରକୁ । ଆଉ ଅନ୍ଧାର ଭିତରେ ହଠାତ ବୋରୱେଲରେ ଖସି ପଡ଼ିଥିଲା ଉକ୍ତ ଯୁବକ । ବୋଲରୱେଲରେ ପ୍ରଥମେ ଶିଶୁ ପଡ଼ି ଯାଇଥିବା ଚର୍ଚ୍ଚା ହୋଇଥିଲା କିନ୍ତୁ ଏବେ ସୂଚନା ମିଳିଛି କି ଏହି ବୋରୱେଲରେ ଶିଶୁ ନୁହେଁ ଜଣେ ଯୁବକ ଖସି ପଡ଼ିଛି । ଯୁବକ ଜଣଙ୍କ ବୋରୱେଲରେ ଖସିପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଦିଲ୍ଲୀର କେଶବପୁର ମଣ୍ଡି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୱାଟର ବୋର୍ଡ କର୍ମଚାରୀ କହିଛନ୍ତି ଯେ ବୋରୱେଲରେ ଖସିପଡ଼ିଥିବା ଯୁବକ ହେଉଛି ଜଣେ ଚୋର। ସେ ଚୋରି କରିବା ଉଦ୍ଦେଶ୍ୟରେ ଏଠାକୁ ଆସିଥିଲା। କିନ୍ତୁ ରାତି ହୋଇଥିବାରୁ ବୋରୱେଲ ଖୋଳାଥିବା ଜାଣିନପାରି ପଡ଼ିଯାଇଥିଲା।

କୁହାଯାଉଛି ଯେ ଯୁବକଙ୍କୁ ବାହାର କରିବା ପାଇଁ ଏକ ଦଉଡି ମଧ୍ୟ ବ୍ୟବହାର କରାଯାଇଥିଲା। କିନ୍ତୁ ବୋରୱେଲ ଭିତରେ ବହୁତ ଅନ୍ଧାର ଥିବାରୁ ସମସ୍ତ ଚେଷ୍ଟା ବିଫଳ ହୋଇଛି । ଯୁବକଙ୍କୁ ମଶାଲ ମାଧ୍ୟମରେ ଦେଖିବା ପାଇଁ ଚେଷ୍ଟା କରାଯାଉଛି । ଲଗାତାର ତାଙ୍କ ସହ ସମ୍ପର୍କ କରିବା ପାଇଁ ଚେଷ୍ଟା କରାଯାଉଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ପାଖାପାଖି ୪୦ ଫୁଟ ଗଭୀର ବୋରୱେଲରେ ଯୁବକ ଖସି ପଡ଼ିଥିବା ସୂଚନା ମିଳିଛି । ଜେସିବି ସାହାଯ୍ୟରେ ମାଟି ଖୋଳା କାର୍ଯ୍ୟ ଜାରି ରହିଛି ।

ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀର କେଶବପୁର ମଣ୍ଡି ନିକଟ ୱାଟର ବୋର୍ଡ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଖୋଳାଯାଇଥିବା ଏକ ବୋରୱେଲରେ ଯୁବକ ଜଣକ ଖସିପଡିିଥିଲେ । ଯୁବକଙ୍କୁ ରେସ୍କ୍ୟୁ କରିବା ପାଇଁ ଦିଲ୍ଲୀ ଅଗ୍ନିଶମ ବାହିନୀ, ଏନଡିଆରଏଫ ଏବଂ ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଏନଡିଆରଏଫର ରେସ୍କ୍ୟୁ ଟିମ୍‌ ର ନେତୃତ୍ୱ ନେଇଛନ୍ତି ଇନ୍ସପେକ୍ଟର ବୀର ପ୍ରତାପ ସିଂ । ସୂଚନା ପାଇବା ମାତ୍ରେ ସମସ୍ତ ଟିମ୍ ସହିତ ୫ ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ଯୁବକଙ୍କୁ ଉଦ୍ଧାର ପାଇଁ ବର୍ତ୍ତମାନ ବୋରୱେଲ ପାଖରେ ଆଉ ଏକ ବୋରୱେଲ ଖୋଳାଯାଉଛି ।

ଦିଲ୍ଲୀ ପୋଲିସର ଡେପୁଟି କମିଶନର ବିଚିତ୍ର ବୀର କହିଛନ୍ତି ଯେ ବିଳମ୍ବିତ ରାତି ପ୍ରାୟ ୧ ଟା ସମୟରେ ବିକାଶପୁର ପୋଲିସ ଷ୍ଟେସନକୁ ଏକ କଲ ଆସିଥିଲା । ୱାଟର ବୋର୍ଡ କର୍ମଚାରୀଙ୍କ କହିବା ଅନୁସାରେ କେହି ଜଣେ ତାଙ୍କ ଅଫିସକୁ ଚୋରି କରିବା ପାଇଁ ଆସିଥିଲା । ପରେ ସେ ବୋରୱେଲରେ ଖସି ପଡ଼ିଥିଲା । ଯୁବକଙ୍କର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳି ପାରିନି ।
ବାରମ୍ବାର ଲୋକମାନେ ବୋରୱେଲରେ ପଡ଼ି ଯାଉଥିବା ଘଟଣା ସାମ୍ନାକୁ ଆସୁଛି । କିନ୍ତୁ ଏଭଳି ବୋରୱେଲ ଗୁଡ଼ିକ କାହିଁକି ଖୋଲାରେ ପଡ଼ୁଛି ତାହା ସାଧାରଣରେ ପ୍ରଶ୍ନ ଉଠିଛି । ତେବେ ଯୁବକ ଜଣଙ୍କ ସୁରକ୍ଷିତ ଭାବେ ଉଦ୍ଧାର ହୋଇଯାଆନ୍ତୁ ତାହା ହିଁ ସମସ୍ତେ ଆଶା ରଖିଛନ୍ତି ।

Subhalaxmi Das

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

16 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago