ଏଥର ନିଆରା ହେବ ବିଟିଂ ଦି ରିଟ୍ରିଟ ସେରିମନି, ଦିଲ୍ଲୀ ଆକାଶରେ ଏକ ସଙ୍ଗେ ଝଲସିବେ ୧୦୦୦ ଡ୍ରୋନ୍‌

ନୂଆଦିଲ୍ଲୀ : ଏଥର ନିଆରା ହେବ ବିଟିଂ ଦି ରିଟ୍ରିଟ ସେରିମନି। ଦିଲ୍ଲୀ ଆକାଶରେ ଏକ ସଙ୍ଗେ ଝଲସିବ ୧ହଜାର ଡ୍ରୋନ। ଜାନୁଆରୀ ୨୯ରେ ହେବ ଏକ ହଜାର ଡ୍ରୋନର ମେଗା ସୋ’ । ଦିଲ୍ଲୀ ରାଜପଥରେ ପ୍ରଥମ ଥର ପ୍ରଦର୍ଶିତ ହେବ ଏତେ ବଡ଼ ଡ୍ରୋନ ସୋ’। ଏଭଳି ଡ୍ରୋନ ସୋ କରିବାରେ ଭାରତ ବିଶ୍ୱରେ ୪ର୍ଥ ରାଷ୍ଟ୍ର।

ପୂର୍ବରୁ କେବଳ ଆମେରିକା, ରୁଷ ଓ ଚୀନ ପାଖରେ ଏପରି ସୋ’ କରିବାର କ୍ଷମତା ଥିଲା । ଆଇଆଇଟି ଦିଲ୍ଲୀ ଷ୍ଟାର୍ଟ ଅପ ବୋଟଲବ ଏହି ଡ୍ରୋନ୍‌ ସୋ’ ଆୟୋଜନ କରୁଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ପରେ ଜାନୁଆରୀ ୨୯ ସନ୍ଧ୍ୟାରେ ‘ବିଟିଂ ଦ ରିଟ୍ରିଟ’ ଉତ୍ସବର ଆୟୋଜନ କରାଯାଏ। ରାଷ୍ଟ୍ରପତି ଭବନ ସମ୍ମୁଖରେ ଏହାର ପ୍ରଦର୍ଶନ କରାଯିବ। ୪ ଦିନ ଯାଏ ଚାଲିବାକୁ ଥିବା ଏହି ଗଣତନ୍ତ୍ର ଦିବସ ସମାରୋହରେ ସମାପନ ଏହି ବିଟିଂ ରିଟ୍ରିଟ ସହ ହୋଇଥାଏ।

Leave A Reply

Your email address will not be published.