ଜୀବନ ହାରିଲା ୨ ବର୍ଷର ଶିଶୁ , ୧୫୦ ଫୁଟ ବୋରୱେଲ ଭିତରୁ ବାହାରିବା ପରେ ମୃତ ଘୋଷଣା କଲେ ଡାକ୍ତର

ପଞ୍ଜାବ : ୧୦୯ ଘଣ୍ଟାର ଅପେକ୍ଷା । ୧୫୦ ଫୁଟ ବୋରୱେଲ ଭିତରୁ ବାହାରିଲା ୨ ବର୍ଷର ପିଲା । ହେଲେ ପିଲାର ଜୀବନ ବଞ୍ଚାଇ ହୋଇପାରିନାହିଁ। ବୋରୱେଲରୁ ବାହାର କରିବା ପରେ ତୁରନ୍ତ ଏୟାର ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ଚଣ୍ଡିଗଡ଼ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ୫ ଦିନ ତଳେ ପଞ୍ଜାବ ସଙ୍ଗରୁର ଜିଲ୍ଲାର ଭଗବାନପୁରା ଗାଁରେ ଏକ ୧୫୦ ଫୁଟ ଗଭୀର ବୋରୱେଲ ରେ ପିଲାଟି ପଡିଯାଇଥିଲା । ବୋରେଓ୍ଵଲ୍‌ର ଚଉଡା ମାତ୍ର ୯ ଇଞ୍ଚ ଥିବାରୁ ଉଦ୍ଧାର କାଯ୍ୟରେ ଅସୁବିଧା ସୃଷ୍ଟି ହୋଇଥିଲା । ପିଲାଟିକୁ କେବଳ ଅକ୍ସିଜେନ୍‌ ଦିଆଯାଉଥିଲା । ଦୀର୍ଘ ଦିନର ପରିଶ୍ରମ ପରେ ପିଲାଟିକୁ ବାହାରକୁ ଅଣାଯାଇଥିଲା । ହେଲେ ତାର ଜୀବନ ବଞ୍ଚିପାରିନାହିଁ ।