ଦେଶ ବିଦେଶ

ଅବସର ପରେ ଶିକ୍ଷକଙ୍କୁ ହାତୀ ପିଠିରେ ବସି ବୁଲାଇଲେ ପୂରା ଗାଁ, ସାମିଲ ହେଲେ ପିଲାଠୁ ବୁଢ଼ା; ବିଦାୟୀ ଶିକ୍ଷକ ମଧ୍ୟ ଦେଲେ ୨ ଲକ୍ଷ ଟଙ୍କା ଉପହାର

ଗୁରୁଙ୍କୁ ଭଗବାନଙ୍କ ସମାନ ଆଖ୍ୟା ଦିଆଯାଇଛି। ଯଦିଓ ପରିବର୍ତ୍ତିତ ସମୟ ଏବଂ ଆଧୁନିକତା ସହିତ ଏବେ ଗୁରୁ-ଶିଷ୍ୟଙ୍କ ସମ୍ପର୍କ ମଧ୍ୟ ବଦଳୁଛି ଏବଂ ଏଥିରେ ପୂର୍ବ ପରି କୌଣସି କଥା ଦେଖିବାକୁ ମିଳୁନାହିଁ। ହେଲେ ତଥାପି ଏବେ ଅନେକ ଲୋକ ଏମିତି ଅଛନ୍ତି, ଯେଉଁମାନେ ଶିକ୍ଷକ ବା ଗୁରୁଙ୍କୁ ଭଗବାନଙ୍କ ବରାବର ସମ୍ମାନ ଦେଉଛନ୍ତି। ନିକଟରେ ରାଜସ୍ଥାନର ଭିଲୱାଡା ଜିଲ୍ଲାରେ ଲୋକମାନେ ଏପରି କିଛି କରି ଦେଖାଇଛନ୍ତି, ଯାହାକୁ ନେଇ ସବୁଆଡେ ଚର୍ଚ୍ଚା, ଆଲୋଚନା ହେଉଛି। ଏଠାରେ ଛାତ୍ର ଏବଂ ଗ୍ରାମବାସୀ ମିଶି ଜଣେ ଶିକ୍ଷକଙ୍କୁ ତାଙ୍କ ଅବସର ପରେ ଅତି ଉଚ୍ଚ କୋଟିର ଭାବପୂର୍ଣ୍ଣ ବିଦାୟ ଦେଇଛନ୍ତି। ଆସନ୍ତୁ ଜାଣିବା କି, ଏହି ଗ୍ରାମବାସୀମାନେ ଏମିତି କ’ଣ ଖାସ୍‌ କରିଥିଲେ, ଯାହାକୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି।

ସବୁଆଡେ ହେଉଛି ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନାର ଚର୍ଚ୍ଚା

ରିପୋର୍ଟ ମୁତାବକ, ଏହି ମାମଲା ଭିଲୱାଡା ଶାହପୁରର ଅରୱଡ୍‌ ଗାଁର। ଏଠାରେ ୩୧ ଡିସେମ୍ବରରେ ସ୍ଥାନୀୟ ସରକାରୀ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଭାଁବରଲାଲ ଶର୍ମାଙ୍କର ଅବସର ଥିଲା। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଅବସରକାଳୀନ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରଖାଯାଇଥିଲା। ବିଦ୍ୟାଳୟରେ କାର୍ଯ୍ୟକ୍ରମ ପରେ ଛାତ୍ର ଓ ଗ୍ରାମବାସୀ ମିଶି ଶିକ୍ଷକଙ୍କ ପାଇଁ ଏକ ବଡ଼ ସରପ୍ରାଇଜ୍‌ ରଖିଥିଲେ। ସେମାନେ ପ୍ରଥମେ ଅସରପ୍ରାପ୍ତ ଶିକ୍ଷକ ଭାଁବରଲାଲ ଶର୍ମାଙ୍କୁ ହାତୀ ପିଠିରେ ବସାଇଥିଲେ ଏବଂ ଏହାପରେ ପୂରା ଗାଁରେ ତାଙ୍କୁ ଶୋଭାଯାତ୍ରା କରାଇ ନେଇଥିଲେ। ଏହି ସମୟରେ ଗାଁର ସମସ୍ତ ଲୋକ ଉପସ୍ଥିତ ଥିଲେ।

କେବଳ ଏତିକି ନୁହେଁ, ବିନ୍ଦୋଲି (ଶୋଭାଯାତ୍ରା) ପରେ ଶିକ୍ଷକଙ୍କ ସମ୍ମାନାର୍ଥେ ସନ୍ଧ୍ୟାରେ ଗାଁରେ ଏକ କବି ସମ୍ମିଳନୀର ମଧ୍ୟ ଆୟୋଜନ କରାଯାଇଥିଲା। ଗ୍ରାମବାସୀଙ୍କଠାରୁ ଏତେ ସମ୍ମାନ ପାଇ ଭାଁବରଲାଲ ମଧ୍ୟ ଭାବପ୍ରବଣ ହୋଇ ଯାଇଥିଲେ। ଏହି ଖାସ୍‌ ବିଦାୟର ଚର୍ଚ୍ଚା ଏବେ ସବୁଆଡ଼େ ହେଉଛି। ଶିକ୍ଷକ ଭାଁବରଲାଲ ଶର୍ମା ବିଗତ ୨୦ ବର୍ଷ ଧରି ଏହି ବିଦ୍ୟାଳୟରେ ନିଜର ସେବା ଯୋଗାଇ ଆସୁଥିଲେ।

ଭାଁବରଲାଲ ଶର୍ମା ମଧ୍ୟ ବିଦାୟ ନେବା ସହିତ ଦେଇ ଯାଇଥିଲେ ଉପହାର

ସେପଟେ ଭାଁବରଲାଲ ମଧ୍ୟ ଏହି ସମ୍ମାନ ପରେ ଗ୍ରାମବାସୀଙ୍କୁ ନିଜ ତରଫରୁ ଏକ ଉପହାର ଦେଇଥିଲେ। ସେ ବିଦ୍ୟାଳୟର ପିଲାମାନଙ୍କୁ ଉନ୍ନତ କମ୍ପ୍ୟୁଟର ଶିକ୍ଷା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ନିଜ ପକେଟରୁ ୨ ଲକ୍ଷ ଟଙ୍କା ଦେଇଥିଲେ। ଗ୍ରାମବାସୀମାନେ ତାଙ୍କୁ କୃତଜ୍ଞତା ଜଣାଇଥିଲେ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago