୧୧ମାସ ଛୁଆର ଗୋଡ ପ୍ଲାଷ୍ଟର କରିବାକୁ ଡାକ୍ତରଙ୍କ ନିଆରା ତରିକା, ଖେଳନା କଣ୍ଢେଇର ମିଛ ପ୍ଲାଷ୍ଟର କରି ଛୁଆର କଲେ ଚିକିତ୍ସା

ଦୁର୍ଘଟଣାରେ ଗୋଡ ଭାଙ୍ଗିଯାଇଥିବା ୧୧ମାସ ଛୁଆର ଗୋଡ ପ୍ଲାଷ୍ଟର କରିବାକୁ ଡାକ୍ତରଙ୍କ ନିଆରା ତରିକା। ଦିଲ୍ଲୀ ଲୋକନାୟକ ହସ୍ପିଟାଲରେ ଘଟିଛି ଏପରି ଘଟଣା। ଛୋଟ ଛିଅଟିର ଗୋଡ ଭାଙ୍ଗିଯାଇଥିବାରୁ ସେ ଯନ୍ତ୍ରଣାରେ ଖୁବ୍‌ କାନ୍ଦୁଥିଲା। ଏପରିକି ସେ ଡାକ୍ତରଙ୍କୁ ଚିକିତ୍ସା କରିବାକୁ ସୁଯୋଗ ଦେଉନଥିଲା। ଏପରି ପରିସ୍ଥିତିର ଡାକ୍ତର ଝିଅଟିର ପ୍ଲାଷ୍ଟର କିପରି କରିବେ ସେନେଇ ଚିନ୍ତାରେ ପଡିଯାଇଥିଲେ ତା’ର ବାପା ମା’। ମାତ୍ର ଡାକ୍ତର ସେମାନଙ୍କ ସହ ଆଲୋଚନା କରି ଜାଣିବାକୁ ପାଇଥିଲେ ଝିଅଟିର ସବୁଠାରୁ ପ୍ରିୟ ହେଉଛି ତା’ କଣ୍ଢେଇ। ଏପରିକି ତା’ର କଣ୍ଢେଇକୁ ଖୁଆଇବା ପରେ ସେ ଖାଇଥାଏ। ସବୁବେଳେ ତା’ ସହ ଖେଳେ। ତେଣୁ ଡାକ୍ତରମାନେ ପ୍ରଥମେ କଣ୍ଢେଇ ଗୋଡରେ ପ୍ଲାଷ୍ଟର ଲଗାଇଥିଲେ। ଏହାପରେ ଝିଅଟି ଖୁସି ଖୁସି ଚିକିତ୍ସା ପାଇଁ ରାଜି ହୋଇଯାଇଥିଲା।

ଡାକ୍ତରମାନେ କୁନି ଝିଅର ଗୋଡ ସହଜରେ ପ୍ଲାଷ୍ଟର କରିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏପରିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏନେଇ ଟ୍ଵିଟ କରି ଡାକ୍ତରଙ୍କ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.