ସିଗାରେଟ ପାଇଁ ଫୁଟିଲା ଗୁଳି, ଗରୁତର ହେଲେ ଯୁବକ

ନୂଆଦିଲ୍ଲୀ: ଉତ୍ତର ପଶ୍ଚିମ ଦିଲ୍ଲୀର ସାଲିମାର ବାଗରେ ଦୁଇଜଣ ବ୍ୟକ୍ତି ବାଇକରେ ଆସି ଜଣେ ୨୩ ବର୍ଷୀୟ ଯୁବକଙ୍କୁ ସିଗାରେଟ ମାଗିଥିଲେ । ହେଲେ ଯୁବକ ଜଣଙ୍କ ସେ ଦୁଇଜଣଙ୍କୁ ଚିହ୍ନିନଥିବାରୁ ସେମାନଙ୍କୁ ସିଗାରେଟ ଦେବାକୁ ମନା କରିଦେଇଥିଲେ । ପରେ ବାଇକ ଆରୋହୀ ସେହି ଯୁବକଙ୍କୁ ଗୁଳି କରି ସେଠାରୁ ଫେରାର ହୋଇଯାଇଛନ୍ତି । ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବତାବରଣ ସୃଷ୍ଟି କରିଛି ।

ସୂଚନା ମୁତାବକୁ ଉତ୍ତରାଖଣ୍ଡ ଇନ୍ଦ୍ରପୁର ଅଞ୍ଚଳର କପଡା ବ୍ୟବସାୟ କରୁଥିବା ଅମିର ଖାନ ତାଙ୍କ ସାଙ୍ଗଙ୍କୁ ଦେଖା କରିବାକୁ ଦିଲ୍ଲୀ ଆସିଥିଲେ । ଦେଖା ହେବାପରେ ଦୁଇ ସାଙ୍ଗ ବୁଧବାର ରାତି ୧୧ଟା ବେଳେ ଡିଟି ମଲ ପାଖରେ ସିଗାରେଟ ଟାଣୁଥିଲେ । ପରେ ସେମାନଙ୍କ ପାଖକୁ ଏକ ବାଇକରେ ଦୁଇଜଣ ଅଜଣା ବ୍ୟକ୍ତି ଆସି ଅମିରଙ୍କୁ ସିଗାରେଟ ମାଗିଥିଲେ । ହେଲେ ବାଇକ ଅରୋହୀଙ୍କୁ ଅମିର ଖାନ ଚିହ୍ନି ନଥିବାରୁ ତାଙ୍କୁ ସିଗାରେଟ ଦେବା ପାଇଁ ମନା କରିଦେଇଥିଲେ । ଏଥିରେ ଉକ୍ଷିପ୍ତ ହୋଇ ବାଇକ ଚାଳକ ସିଧା ଅମିରଙ୍କୁ ଫାୟାରିଂ କରିଦେଇଥିଲେ । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିବାରୁ ପୋଲିସ ସେଠାରେ ପହଞ୍ଚି ଅମିରଙ୍କୁ ଡାକ୍ତରଖାନା ନେବା ସହ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.