ପୂରା ବେପାରୀ ପତ୍ନୀ, ଦେଢ଼ କୋଟି ଟଙ୍କାରେ ସ୍ୱାମୀକୁ ପ୍ରେମିକା ହାତରେ ବିକିଲା ସ୍ତ୍ରୀ

ସିନେମା ପ୍ରେମୀମାନେ ଅନୀଲ କପୁର, ଶ୍ରୀଦେବୀ ଓ ଊର୍ମିଳା ମାତୋଣ୍ଡକରଙ୍କ ଫିଲ୍ମ ’ଜୁଦାଇ’ ଦେଖିଥିବେ ନିଶ୍ଚୟ । ଏଥିରେ ଜଣେ ଅର୍ଥଲୋଭୀ ମହିଳା କିଭଳି ଟଙ୍କା ପାଇଁ ନିଜ ସ୍ୱାମୀକୁ ଅନ୍ୟ ଯୁବତୀ ପାଖରେ ବିକ୍ରି କରି ଦେଉଛି, ସେହି କାହାଣୀ ରହିଥିଲା । ହେଲେ ଏବେ ଏଇ ରିଲ୍‌ ଲାଇଫ୍‌ ଘଟଣା ରିୟଲ ଲାଇଫ୍‌ରେ ଘଟିଛି ।

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଏକ ଆଶ୍ଚର୍ଯ୍ୟଜନକ ତ୍ରିକୋଣୀୟ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଜଣେ ପତ୍ନୀ ଦେଢ଼ କୋଟି ଟଙ୍କା ନେଇ ନିଜ ସ୍ୱାମୀଙ୍କୁ ତାଙ୍କ ପ୍ରେମିକାଙ୍କ ହାତରେ ଦେଇ ଦେଇଛନ୍ତି। ଫ୍ୟାମିଲି କୋର୍ଟରେ କିଛି ଦିନ ପୂର୍ବରୁ ଏକ ଅଭିଯୋଗ ଆସିଥିଲା । ଯେଉଁଥିରେ ଜଣେ ନାବାଳିକା ଅଭିଯୋଗ କରିଥିଲେ ଯେ ତାଙ୍କ ବାପାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଥିବାରୁ ଘରେ ଝଗଡା ଲାଗି ରହିଥିଲା। ଏହି କାରଣରୁ, ଘରର ପରିବେଶ ଖରାପ ହେଉଥିଲା। ଏମିତି କି ଏହିସବୁକୁ ନେଇ ଅଭିଯୋଗକାରୀ ଝିଅ ଏବଂ ତାଙ୍କ ଭଉଣୀ ପାଠପଢ଼ାରେ ମନ ଲଗାଇ ପାରନ୍ତି ନାହିଁ। ଲଗାତାର ଝଗଡା ଯୋଗୁଁ ନାବାଳିକା ଫ୍ୟାମିଲି କୋର୍ଟରେ ଏହି ବିଷୟରେ ଅଭିଯୋଗ କରିଥିଲେ।

ନାବାଳିକାଙ୍କ ଅଭିଯୋଗ ପରେ ସ୍ୱାମୀ-ସ୍ତ୍ରୀଙ୍କୁ କାଉନସେଲିଂ ପାଇଁ ଡକାଯାଇଥିଲା। ଜାଣିବାକୁ ପାଇଲା ଯେ ଯେଉଁ ମହିଳାଙ୍କ ସହିତ ସ୍ୱାମୀଙ୍କର ସମ୍ପର୍କ ଅଛି, ସେ ତାଙ୍କଠାରୁ ବଡ଼ ଏବଂ ତାଙ୍କ ଅଫିସରେ କାମ କରନ୍ତି। ଏମିତି କି ସ୍ୱାମୀ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଏକାଠି ରହିବାକୁ ଚାହାଁନ୍ତି କିନ୍ତୁ ପତ୍ନୀଙ୍କୁ ଏହା ମଞ୍ଜୁର ନଥିଲା।

love

ଅନେକ ଥର କାଉନସେଲିଂ ପରେ ଶେଷରେ ସମସ୍ୟାର ସମାଧାନ ହୋଇଛି। ପତ୍ନୀ ଗୋଟିଏ ସର୍ତ୍ତରେ ସ୍ୱାମୀଙ୍କୁ ଛାଡିବାକୁ ରାଜି ହୋଇଥିଲେ। ସର୍ତ୍ତ ରହିଲା ଗର୍ଲଫ୍ରେଣ୍ଡ ତାଙ୍କର ଏକ ଫ୍ଲାଟ ଏବଂ ପ୍ରାୟ ୨୭ ଲକ୍ଷ ଟଙ୍କା ତାଙ୍କ ପତ୍ନୀଙ୍କୁ ଦେବେ । ଏହି ସର୍ତ୍ତରେ ପ୍ରେମିକା ରାଜି ହେବା ପରେ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ଛାଡ଼ି ଦେଇଛନ୍ତି ।ଏପଟେ ପ୍ରେମିକା ସିନା ଟଙ୍କା ଓ ସମ୍ପତ୍ତି ହରାଇଛନ୍ତି ତେବେ ପାଇଛନ୍ତି ନିଜ ପ୍ରେମିକକୁ । ପତ୍ନୀଙ୍କ କହିବାନୁସାରେ, ବିବାହର ଏତେ ବର୍ଷ ପରେ ଯେତେବେଳେ ସ୍ୱାମୀଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଲା ନାହିଁ ତେଣୁ ଉଭୟ ଏକାଠି ରହିବାର କିଛି ଅର୍ଥ ହିଁ ନାହିଁ । ଏଥିପାଇଁ ସେ ସ୍ୱାମୀକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହିତ ସ୍ମାବୀଙ୍କ ବଦଳରେ ଦେଢ଼ କୋଟି ଟଙ୍କା ବି ମିଳୁଛି । ତେଣୁ ମନା କରିଥାନ୍ତେ କାହିଁକି ?