ରାସ୍ତା ମଝିରେ ସ୍ତ୍ରୀର ନାରକୀୟ କାଣ୍ଡ! ଶାଢ଼ିରେ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀଙ୍କୁ, ବାପା ଛଟପଟ ହେଉଥିବା ଦେଖି ସ୍ତବ୍ଧ ହୋଇଗଲେ ଦୁଇ ଛୁଆ

ଉତ୍ତର ପ୍ରଦେଶ ବୁନ୍ଦେଲଖଣ୍ଡର ଲଳିତପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଅଣ୍ଡେଲା ଗାଁରେ ଜଣେ ମହିଳା ମଝି ରାସ୍ତାରେ ନିଜ ସ୍ୱାମୀଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ପୋଲିସ ମହିଳାଙ୍କୁ ଗିରଫ କରିନେଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ପୋଲିସ ଘଟଣା ବାବଦରେ ମହିଳାଙ୍କୁ ପଚରାଉଚରା କରୁଛି।
ସ୍ୱାମୀଙ୍କୁ ହତ୍ୟା ପରେ ପାଖରେ ବସିରହିଲେ ସ୍ତ୍ରୀ
ଘଟଣା ପରେ ମହିଳା ଜଣକ ସେଠାରୁ ଖସି ପଳାଇ ଆସିବାକୁ ଚେଷ୍ଟା କରି ନ ଥିଲେ, ବରଂ ନିଜର ଦୁଇ ପିଲାଙ୍କ ସହ ଘଟଣାସ୍ଥଳରେ ବସି ରହିଥିଲେ। ଖବର ପାଇ ପୋଲିସ ପହଞ୍ଚିଥିଲା। ପୋଲିସ ସୂଚନା ମୁତାବକ, ମହିଳା ଜଣକ ତାଙ୍କ ବୟାନରେ କହିଥିଲେ, ତାଙ୍କ ସ୍ୱାମୀ ତାଙ୍କୁ ବର୍ଷ ବର୍ଷ ଧରି ହଇରାଣ କରିଆସୁଥିଲେ। ଆଜି ରାସ୍ତା ଉପରେ ମଧ୍ୟ ମାରପିଟ ଆରମ୍ଭ କରିଦେଇଥିଲେ। ଅସହ୍ୟ ହେବାରୁ ସେ ତାଙ୍କୁ ଜୀବନରୁ ମାରିଦେଲେ।
ଏହାସହ ପଢ଼ନ୍ତୁ: ସେଲ୍ଫି ଆଣିଲା ସମସ୍ୟା: ପପ୍ ସିଙ୍ଗରଙ୍କ ଫଟୋ ଦେଖି ଆଖିରୁ ପତ୍ତା ଲଗାଇଦେଲେ ଲୋକେଶନ, ପୁଣି ଘର ପର୍ଯ୍ୟନ୍ତ ପିଛା କଲେ…
ବାପାଙ୍କ ମର୍ଡର ଦେଖୁଥିଲେ ପିଲା
ଜଣେ ପୋଲିସ ଅଧିକାରୀଙ୍କ କହିବା ହେଲା, ଅଣ୍ଡେଲା ଗାଁର ଦେବ ସିଂ(୩୦) ନିଜ ସ୍ତ୍ରୀ ରାଜକୁଅଁରଙ୍କ ସହିତ ପୂର୍ବାହ୍ନ ପ୍ରାୟ ୧୦ଟାରେ କେଉଁଠିକୁ ବୁଲିବାକୁ ଯାଇଥିଲେ। ହେଲେ ଯିବା ବାଟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ଶେଷରେ ବାଧ୍ୟ ହୋଇ ବସ୍ ବାଲା ଦୁଇ ଛୁଆଙ୍କ ସହ ମା’, ବାପାଙ୍କୁ ରାସ୍ତା ମଝିରେ ଓହ୍ଲାଇ ଦେଇଥିଲା। ଏହା ପରେ ବି ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ଥମି ନ ଥିଲା।
ମହିଳା ଜଣକ ସ୍ୱାମୀଙ୍କୁ ରାସ୍ତା ଉପରେ ତଳେ ପକାଇ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହାପରେ ମହିଳା ଶାଢ଼ିରେ ସ୍ୱାମୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ହତ୍ୟା କରିବା ପରେ ମୃତଦେହ ପାଖରେ ସ୍ତ୍ରୀ ଛିଡ଼ା ହୋଇଥିବା ବେଳେ ଛୁଆ ଦୁଇଟି ସମସ୍ତ ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ।