ମଝି ରାସ୍ତାରେ ଜଳିଗଲା କାର୍, ଜଳନ୍ତା କାରରୁ ମିଳିଲା ମହିଳାଙ୍କ ମୃତ ଦେହ

ଉତ୍ତରାଖଣ୍ଡର ତପୋବନ ଗାଁ ପାଖରେ ଜଳନ୍ତା କାର ମଧ୍ୟରୁ ମହିଳାଙ୍କ ମୃତ ଦେହ ଉଦ୍ଧାର । ରବିବାର ସକାଳ ୭ଟା ବେଳେ ଏହି ଘଟଣାର ସୂଚନା ମିଳିଥିଲା । ଫଳରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ସନ୍ଦେହ ଘେରରେ ରହିଛି । ଯାହାର ତଦନ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଛି ପୋଲିସ ।
ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାର ଜୋଶିମଠ ମୋଟର ରାସ୍ତାର ତପୋବନ ଗାଁ ପାଖରେ ଏପରି ଅଘଟଣ ଘଟିଛି । ଯାହା ଦ୍ବାରା ଘଟଣା ସ୍ଥାନରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି । ରାସ୍ତା ଉପରେ କାରଟି ଜଳିପୋଡି ପାଉଁଶ ହୋଇଛି । କାରରେ ଥିବା ମହିଳାଙ୍କ ଦେହ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପୋଡିଯାଇଛି । ମଝି ରାସ୍ତାରେ ମହିଳାଙ୍କର ଜଳନ୍ତା ଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ କାରରେ ଥିବା ମହିଳାଙ୍କର ଜୀବନ ଚାଲିଯାଇଛି । କାରଟି ବେଙ୍ଗାଲୁର-କର୍ଣ୍ଣାଟକର ଗାଡି ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ପୋଷ୍ଟମଟମ ପାଇଁ ପଠାଇଛି । ଏହା ହତ୍ୟା କି ଦୁର୍ଘଟଣା ଜଣାପଡିନାହିଁ । ଘଟଣାଟି ଯାହା ସନ୍ଦେହ ଘେରରେ ରହିଛି । ତଦନ୍ତ ପ୍ରକ୍ରିୟା ପାଇଁ ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛି । ଅତ୍ୟଧିକ ତଦନ୍ତ ପାଇଁ ସେହି ସ୍ଥାନର ସିସିଟିଭି ଫୁଟେଜର ଯାଞ୍ଚ ମଧ୍ୟ କରିଛି ପୋଲିସ ।
Also Read : ଜାପାନ ସମୁଦ୍ରରେ ଆମ୍ବୁଲାନ୍ସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ଜଣ ନିଖୋଜ