ପାଞ୍ଚ ମାସ ହେଲାଣି କରୋନାରେ ସଂକ୍ରମିତ ଏହି ମହିଳା, ୩୨ ଥର ଟେଷ୍ଟ ହୋଇ ମଧ୍ୟ ପଜିଟିଭି, କାମ କରୁନି କୌଣସି ପ୍ରକାରର ଔଷଧ

କରୋନା ମହାମାରୀ ସମଗ୍ର ବିଶ୍ବକୁ ଥରହର କରିଥିଲା। ଲୋକେ ଯେତେ ସାବଧାନତାରେ ରହିଲେ ମଧ୍ୟ କେମିତି କାହାକୁ ଏହି ମହାମାରୀ କବଳିତ କରିଥିଲା। ଏହି ଭାଇରସ ସଂକ୍ରମଣ ସାଧାରଣତଃ ୧୪ ଦିନରେ ପୁରା ହୋଇଯାଇଥାଏ। କିନ୍ତୁ ଜଣେଙ୍କ ମହିଳାଙ୍କ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଅଲଗା। ମହିଳାଙ୍କ ପ୍ରେମରେ କରୋନା ଭାଇରସ। କଥାଟି ଶୁଣି ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ୟ ସତ। ରାଜସ୍ଥାନ ଭରତପୁରରେ ଜଣେ ମହିଳା ଗତ ୫ ମାସ ହେଲା କରୋନା ସଂକ୍ରମଣରେ ପୀଡିତ ଅଛନ୍ତି। ୩୦ ବର୍ଷୀୟ ସାରଦା ଦେବୀଙ୍କ କରୋନା ରିପୋର୍ଟ ୩୨ଥର ପଜିଟିଭ ଆସିଲାଣି। ଏଥିରେ ୧୭ଟି RTPCR ଓ ୧୪ଟି ରାପିଡ ଆଣ୍ଟିଜେନ ଟେଷ୍ଟ ସାମିଲ ଅଛି। ତାଙ୍କୁ ଏଲୋପାଥି, ହୋମିଓପାଥି ଓ ଆୟୁର୍ବେଦିକ ଔଷଧ ମଧ୍ୟ ଦିଆଯାଇଛି କିନ୍ତୁ କିଛି ଲାଭ ହୋଇନି।

ମହିଳାଙ୍କୁ ନେଇ ଡାକ୍ତର ମଧ୍ୟ ଚକିତ। ତେବେ ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା ଲଗାତାର ରିପୋର୍ଟ ପଜିଟିଭ ଆସୁଥିଲେ ବି ସାରଦା ସୁସ୍ଥ ଅଛନ୍ତି ବୋଲି ନିଜେ କହିଛନ୍ତି। ସେ ନିଜେ ନିଜର ସବୁ କାମ କରନ୍ତି। କରୋନା ସଂକ୍ରମଣ ସମୟରେ ତାଙ୍କ ଓଜନ ମଧ୍ୟ ୮ କିଲୋ ବଢିଯାଇଛି। ଡାକ୍ତରଙ୍କ ପାଇଁ ଏହା ଏକ ଅଜବ ମାମଲା। ଜଣେ ୫ ମାସ କରୋନାରେ ପୀଡିତ ରହିବା ସମ୍ଭବତଃ ଦେଶର ପ୍ରଥମ ମାମଲା।

rajstan

ସାରଦା ୫ ମାସ ହେଲାଣି ସେ ଦୁଇ କୋଠରୀ ବିଶିଷ୍ଟ ଏକ ଆଇସୋଲେସନ ରୁମରେ ଜେଲରେ ବନ୍ଦୀ ଭଳି ଜୀବନ ବିତାଉଛନ୍ତି। ଆଶ୍ରମ ଅଧ୍ୟକ୍ଷ ଡ.ବିଏମ ଭରଦ୍ୱାଜ କହିଛନ୍ତି ଯେ ସାରଦାଙ୍କୁ ବଝୋରା ଗାଁରୁ ଏଠାକୁ ଅଣାଯାଇଥିଲା। ସେତେବେଳେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କର ପ୍ରଥମ ଟେଷ୍ଟ ୨୦୨୦ ଅଗଷ୍ଟ ୨୮ ତାରିଖରେ ହୋଇଥିଲା। ଆଶ୍ରମରେ ବର୍ତ୍ତମାନ ସାରଦାଙ୍କ ସମେତ ୪ଜଣ କରୋନା ପଜିଟିଭ ଅଛନ୍ତି।

ଡାକ୍ତର କହିଛନ୍ତି, ସାରଦା କରୋନା ପଜିଟିଭ ହୋଇଥିଲେ ବି ଅନ୍ୟମାନଙ୍କ ପାଇଁ ବିପଦ ନୁହେଁ। କାରଣ ତାଙ୍କ ଶରୀରରେ ଥିବା କରୋନା ଭାଇରସ ଆକ୍ଟିଭ ନୁହଁ। ଅର୍ଥାତ ତାଙ୍କ ଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ହେବନାହିଁ। କିନ୍ତୁ ତାଙ୍କୁ ଆଇସୋଲେସନରେ ରଖାଯାଇଛି।

Leave A Reply

Your email address will not be published.