ରାସ୍ତା ଉପରେ କୁକୁରକୁ ଧରି ଶୋଇ ପଡ଼ିଲେ ମହିଳା, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

କୁକୁରକୁ ଧରି ରାସ୍ତାରେ ଶୋଇପଡ଼ିଲେ ମହିଳା । ମହିଳା ଏପରି ରାସ୍ତା ଉପରେ ଗଡ଼ିବା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ରାସ୍ତାରେ ଗଡ଼ିବା ସମୟରେ ନିଜ କୁକୁରକୁ ବି ଛାଡ଼ି ନଥିଲେ ମହିଳା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଦିଲ୍ଲୀର ମହିପାଳପୁରର ଡିସିପି କାର୍ଯ୍ୟାଳୟ ବାହାରେ ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ରାସ୍ତାରେ ଜଣେ ମହିଳା ଏଭଳି ଆଚରଣ କରିଥିଲେ ଯେ ରାସ୍ତାରେ ଭିଡ଼ ଜମିଥିଲା । ବୁଧବାର ସନ୍ଧ୍ୟାରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ସାମ୍ନାରେ ମହିଳା ଜଣଙ୍କ ରାସ୍ତାରେ ଶୋଇ ପଡ଼ି ଏମିତି କାଣ୍ଡ କରିଥିଲେ। ସେ ଏକ ହୋଟେଲରେ ରହିବା ପାଇଁ ବ୍ୟବସ୍ଥା କରିବାକୁ ପୋଲିସକୁ କହିଥିଲେ। ପରେ ରାସ୍ତା ଉପରେ କୁକୁରକୁ ଧରି ଶୋଇଯାଇଥିଲେ ମହିଳା ।

ସଂଗୀତା ନାମକ ଏହି ମହିଳା ଏପରି କରୁଥିବା ଦେଖି ଜଣେ ମହିଳା ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସଙ୍ଗୀତା ତାଙ୍କ ହାତକୁ ଛାଟି ଦେଇଥିଲେ ଏବଂ ବାରମ୍ବାର ହୋଟେଲ ଠିକ୍‌ କରିବା ପାଇଁ ଜିଦ୍‌ ଧରିଥିଲେ । ପାଟି କରି କହିଥିଲେ, ମୁଁ କାହାକୁ ଚାହେଁ ନାହିଁ। ସେଠାରେ ଉପସ୍ଥିତି ଥିବା ଜଣେ ପୋଲିସ କର୍ମଚାରୀ ଟ୍ରାଫିକ ହଟାଇବାକୁ ଚେଷ୍ଟା କରିବା ସମୟରେ ମହିଳା ଜଣଙ୍କ ରାସ୍ତାରେ ହିଁ ଶୋଇପଡ଼ି ହୋଟେଲ ବ୍ୟବସ୍ଥା କରିବା ପାଇଁ ଜିଦ୍‌ ଧରିଥିଲେ ।

ସୂଚନା ଥାଉ କି ସଂଗୀତା ମହିପାଳପୁରର ଏକ ହୋଟେଲରେ ରହୁଥିଲେ କିନ୍ତୁ ହୋଟେଲ ମାଲିକ ତାଙ୍କୁ ହୋଟେଲରୁ ବାହାର କରି ଦେଇଥିଲା । ତେଣୁ ତାଙ୍କ ପାଇଁ ଏକ ହୋଟେଲର ବ୍ୟବସ୍ଥା କରିବାକୁ ସେ ପୋଲିସକୁ କହିଥିଲେ। ପରେ ପୋଲିସ ମହିପାଳପୁର ହୋଟେଲରେ ପହଞ୍ଚି କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା । ଆଉ ଜାଣିବାକୁ ପାଇଥିଲା ଯେ ସଂଗୀତା କିଛି ଦିନ ହେବ ହୋଟେଲରେ ରହୁଥିଲେ କିନ୍ତୁ ହୋଟେଲ ବିଲ୍‌ ଦେଇନଥିଲେ । ତେଣୁ ହୋଟେଲର କର୍ମଚାରୀ ମହିଳାଙ୍କୁ ହୋଟେଲରୁ ବାହାର କରିଦେଇଥିଲେ । ମହିଳା ଜଣଙ୍କ ପୋଲିସ ପାଖରେ ପହଞ୍ଚି ହୋଟେଲ ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ । ଆଉ ହଠାତ ଏମିତି ରାସ୍ତା ଉପରେ କୁକୁରକୁ ଧରି ଶୋଇଯାଇଥିଲେ । ଯାହା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

Leave A Reply

Your email address will not be published.