ମା ନା ରାକ୍ଷସୀ? ୪ ମହଲରୁ ନିଜ ୪ବର୍ଷର ଶିଶୁ କନ୍ୟାକୁ ତଳକୁ ଫିଙ୍ଗି ଦେଇ ମାରିଦେଲେ ମହିଳା

ବେଙ୍ଗାଳୁରୁ(କେନ୍ୟୁଜ୍ ) ଆଜି ବେଙ୍ଗାଳୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ମା ନିଜ ୪ ବର୍ଷର ଝିଅକୁ ଏକ ଅପର୍ଟମେଣ୍ଟର ୪ ମହଲାରୁ ତଳକୁ ଫିଙ୍ଗି ଦେବା ଫଳରେ ଶିଶୁଟିର ମୃତ୍ୟୁ ହୋଇଛି । ଏହି ଘଟଣାରେ ଉକ୍ତ ମହିଳା ଜଣଙ୍କ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବେଙ୍ଗାଳୁରୁ ସ୍ଥିତ ସମ୍ପଙ୍ଗିରାମନଗରରେ ଥିବା ଏକ ଅପର୍ଟମେଣ୍ଟରେ ଜଣେ ମହିଳା ୪ ମହଲାରୁ ନିଜ ନିଜ କୁନି ଝିଅକୁ ତଳକୁ ଫିଙ୍ଗିଦେଇଥିଲେ । ତଳେ ଥିବା ପଡୋଶୀ ଦେଖି ଜୋରରେ ଚିତ୍କାର କରିବା ସହ ପୋଲିସକୁ ଖବର ଦେଇଥିଲେ । ତେବେ ଏହି ଘଟଣା ସବୁ ସିସି ଟିଭିରେ କଏଦୀ ହୋଇଛି ।

bengalore

 

ତେବେ ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଉକ୍ତ ମହିଳା ଜଣଙ୍କ ନିଜ ରୁମରୁ ବାହାରି ବଲକୋନିକୁ ଆସି କିଛି ସମୟ ଏପେଟ ସେପେଟ ହେବା ସହ ୪ ମହଲାରୁ ତଳକୁ ନିଜ ଝିଅକୁ ଫିଙ୍ଗିଦେଇଥିଲେ । ପୋଲିସ ସୂଚନା ପାଇବା ପରେ ପହଞ୍ଚି ଉକ୍ତ ମହିଳାଙ୍କୁ ଗିରଫ କରିଛି । ତେବେ ପିଲାଟିର ଦେହ କିଛି ଦିନ ହେବ ଅସୁସ୍ଥ ଥିବାରୁ ଭଲ ନହେବାରୁ ଶେଷରେ ବିଚଳିତ ହୋଇ ଫିଙ୍ଗିଦେଇଥିଲେ ବୋଲ ମହିଳା ଜଣଙ୍କ କହିଥିବ ସୂଚନା ଦେଇଛି ପୋଲସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.