ଅସମ୍ଭବକୁ କଲେ ସମ୍ଭବ, ରାଜସ୍ଥାନର ମରୁଭୂମିରେ ବି ସେଓ ଫଳାଇଲେ ମହିଳା ଚାଷୀ

ରାଜସ୍ଥାନର ଜଣେ ମହିଳା ଚାଷି ନିଜ କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ବିନିଯୋଗ କରି ପଡିଆ ଜମିରେ ମଧ୍ୟ ସେଓ ଓ ଡାଳିମ୍ବ ଉତ୍ପାଦନ କରିପାରୁଛନ୍ତି । କଥାଟା ଶୁଣିଲେ ଅଜବ ଲାଗୁଛି । କାରଣ ସେଓ ଓ ଡାଳିମ୍ବ ଗଛ ବଞ୍ଚିବାକୁ ସାଧାରଣତଃ ଥଣ୍ଡା ପରିବେଶ ଆବଶ୍ୟକ ପଡିଥାଏ । ହେଲେ ଏହା ମରୁଭୂମିର ପରିବେଶରେ କିଭଳି ଉତ୍ପାଦନ ହୋଇପାରୁଛି ତାହା ସମସ୍ତଙ୍କୁ ଚକିତ କରିଛି । ତଥାପି ଏହି ଅସମ୍ଭବକୁ ସମ୍ଭବ କରି ସଫଳ ଚାଷୀ ରୂପେ ପ୍ରଶଂସା ସାଉଣ୍ଟିଛନ୍ତି ରାଜସ୍ଥାନର ସନ୍ତୋଷ ଦେବୀ । ସେଓ ଓ ଡାଳିମ୍ବ ବ୍ୟତୀତ ସନ୍ତୋଷ ଅନେକ ପ୍ରକାର ଫସଲ ବି କରନ୍ତି ଯାହକୁ କିଣିବାକୁ ବହୁ ଦୂର ଦୂରାନ୍ତରୁ ବେପାରି ମାନେ  ଆସିଥାନ୍ତି । ସନ୍ତୋଷଙ୍କ ଏହି ଚାଷ ପାଇଁ ଅନେକ ପୁରସ୍କାର ତାଙ୍କୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.