ସୀମା ହାଇଦର – ସଚିନ ମୀନାଙ୍କ ଘରେ ଜୋରଜବରଦସ୍ତ ପଶିଲେ ଜଣେ ଯୁବକ, ଗୁଣି ଗାରେଡିର ଆଣିଲେ ଅଭିଯୋଗ

ସୀମା ହାଇଦରଙ୍କ ପାକିସ୍ତାନ ଫେରିବାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଏହାରି ମଧ୍ୟରେ ସୀମା ହାଇଦର ଏବଂ ସଚିନ ମୀନାଙ୍କ ଘରେ ଜବରଦସ୍ତ ପଶିଲା ଜଣେ ଅଜଣା ଯୁବକ । ଗ୍ରେଟର ନୋଏଡାର ରବୁପୁରା ଥାନା ଅନ୍ତର୍ଗତ ଥିବା ଅଞ୍ଚଳରୁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି  ।

ଗ୍ରୋଏଡା ଅଞ୍ଚଳର ଜଣେ ଅଜଣା ଯୁବକ ହଠାତ୍ ସୀମା ହାଇଦର ଏବଂ ସଚିନଙ୍କ ଘରେ ଜୋର ଜବରଦସ୍ତ ପଶିଥିଲେ । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଥାନାକୁ ନେଇଥିଲା । ଯୁବକଙ୍କୁ ପୋଲିସ ବର୍ତ୍ତମାନ ପଚରାଉଚରା କରୁଛି । ଯାହା ପରେ ଯୁବକ ଜଣକ ଭିନ୍ନ ପ୍ରକାରର ବୟାନ ରଖିଛନ୍ତି । ସେ ବୟାନରେ କହିଛନ୍ତି ଯେ, ସୀମା ହାଇଦର ଏବଂ ସଚିନ ମୀନା ତାଙ୍କୁ କଳାଯାଦୁ କରିଥିବାରୁ ଯୁବକ ଜଣକ ଆପେ ଆପେ ଟାଣି ହେଇଆସୁଛନ୍ତି । ତାଙ୍କର ଏପରି ବୟାନ ସମସ୍ତଙ୍କୁ ଚକିତ କରିଛି । ଯୁବକ ଜଣକ ଗୁଜରାଟର ତେଜସ୍ ବୋଲି ଜଣାପଡିଛି । ତେଜସ୍ ଜଣେ ମାନସିକ ରୋଗୀ ବୋଲି ଅନୁମାନ କରାଯାଉଛି । ତେଣୁ ତାଙ୍କୁ ପଚରାଉଚରା କରିବା ସହିତ ମାନସିକ ସ୍ବାସ୍ଥ୍ୟ ଅବସ୍ଥାକୁ ମଧ୍ୟ ଯାଞ୍ଚ କରାଯାଉଛି ।

ଅନ୍ୟପଟେ ସୀମା ହାଇଦର ଏପର୍ଯ୍ୟନ୍ତ ପାକିସ୍ତାନ ଫେରିନାହାଁନ୍ତି । ଏହି ସମୟରେ ସୀମା ହାଇଦରଙ୍କ ଓକିଲ ଏପି ସିଂ ଏକ ବଡ ଦାବି କରିଛନ୍ତି । ସଚିନଙ୍କୁ ସେ ହିନ୍ଦୁ ରୀତି ନୀତି ଅନୁସାରେ ବିବହ କରିଥିଲେ । ଏଥି ସହିତ ଓକିଲ କହିଛନ୍ତି ଯେ, ଉତ୍ତରପ୍ରଦେଶ ସରକାର ସୀମାଙ୍କ ଝିଅର ବାର୍ଥସାର୍ଟିଫିକେଟ ଜାରି କରିଛନ୍ତି । ଯାହାଦ୍ବାରା ସୀମା ହାଇଦରଙ୍କୁ ଏବେ ଭାରତର ନାଗରିକ ଭାବରେ ବିବେଚନା କରାଯିବ ।

ଏପଟେ କିଛି ଲୋକ ପହଲଗାମ ଆକ୍ରମଣ ସହିତ ସୀମାକୁ ଟାର୍ଗେଟ କରି ଯୋଡିବାରୁ ଓକିଲ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହା ସମ୍ପୂର୍ଣ୍ଣ ଭୁଲ ଏବଂ ନିନ୍ଦନୀୟ ବୋଲି କହିଛନ୍ତି । ସୀମା ପ୍ରସଙ୍ଗରେ ମାନବିକତା ରଖିବାକୁ ଅନୁରୋଧ କରିଥିଲେ ।

Also Read : ସେନାର ପ୍ରସ୍ତୁତି ସହ ମିସାଇଲ ଟେଷ୍ଟ କଲା ପାକିସ୍ତାନ, ଲକ୍ଷ୍ୟଭେଦ କ୍ଷମତା ୪୫୦ କିଲୋମିଟର