ଛୁରୀରେ ନିଜ ବେକ କାଟିବା ପରେ ରାସ୍ତାରେ ବନ୍ଧୁକ ଧରି ଦୌଡିଲେ ବ୍ୟକ୍ତି, ଭିଡିଓ ଭାଇରଲ

ଛୁରୀରେ ନିଜ ବେକ କାଟିବା ପରେ ବନ୍ଧୁକ ଧରି ରାସ୍ତାରେ ଦୌଡୁଥିଲେ ଜଣେ ବ୍ୟକ୍ତି । ପରେ ପୋଲିସ ଠାରୁ ବନ୍ଧୁକ ଛଡାଇ ଗୁଳି ଚଳାଇବା ଭିଡିଓରେ ଦେଖିବାକୁ ମିଳିଛି। ଏହା ପରେ ପୋଲିସ ଟିମ୍‌ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ।

ଛୁରୀରେ ନିଜ ବେକ କାଟିବା ପରେ ଛୁରୀ ଏବଂ ବନ୍ଧୁକ ଧରି ରାସ୍ତାରେ ଦୌଡୁଥିଲେ ଜଣେ ବ୍ୟକ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଆଉ ବ୍ୟକ୍ତିଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ଦିଲ୍ଲୀର ନାଥୁ କଲୋନୀ ଛକ ନିକଟରେ ଜଣେ ବ୍ୟକ୍ତି ଛୁରୀରେ ନିଜ ଗଳା କାଟି ରାସ୍ତାରେ ପିସ୍ତଲ ଧରି ରାସ୍ତାରେ ଦୌଡୁଥିବାର ଭିଡିଓ ସାମ୍ନାକୁ ଆସିଛି। ନିଜ ବେକ କାଟିବା ପରେ ପୋଲିସ ଠାରୁ ବନ୍ଧୁକ ଛଡାଇ ଗୁଳି ଚଳାଇବା ଭିଡିଓରେ ଦେଖିବାକୁ ମିଳିଥିଲା। ଏହା ପରେ ପୋଲିସ ଟିମ୍‌ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଏହି ବ୍ୟକ୍ତି ଜଣକ କୃଷ୍ଣ ଶେରୱାଲ ବୋଲି ଜଣାପଡିଛି। ବର୍ତ୍ତମାନ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି।

ଖବର ଅନୁସାରେ, ବ୍ୟକ୍ତି ଜଣକ ନିଜ ବେକ କାଟିବା ପରେ ହାତରେ ଛୁରୀ ଏବଂ ପିସ୍ତଲ ଧରି ନାଥୁ ଛକରେ ଦୌଡିବାକୁ ଲାଗିଥିଲା । ଏମିତି ଘଟଣା ପରେ ସ୍ଥାନୀୟ ମାର୍ଚ୍ଚ ୧୬ ରେ ସନ୍ଧ୍ୟା ୬:୪୦ ଏମଏସ ପାର୍କ ପୋଲିସ ଷ୍ଟେସନରେ ଦୁଇଟି PCR କଲ ଆସିଥିଲା ଯେ, କୃଷ୍ଣ ଶେରୱାଲ ନାମକ ଜଣେ ବ୍ୟକ୍ତି ଛୁରୀରେ ନିଜ ଗଳା କାଟି ଦେଇଛି। ସେହି ଛୁରୀଟି ନାଥୁ କଲୋନୀ ନିକଟରେ ସର୍ବସାଧାରଣ ସ୍ଥାନରେ ଏକ ପିସ୍ତଲ ଧରି ଦୌଡ଼ି କିଛି ସ୍ଥାନରେ ଗୁଳି ମଧ୍ୟ ଚଳାଇଥିଲା।

ସେହି ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୩୦୭, ୩୯୪, ୩୯୭, ୧୮୬ ଏବଂ ୩୫୩ ଏବଂ ଆର୍ମସ ଆକ୍ଟର ଧାରା ୨୭ ଅନୁଯାୟୀ ଏମଏସ ପାର୍କ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ଶେରୱାଲ ଏପରି ହେବା ପଛରେ କାରଣ ହେଉଛି ତାଙ୍କ ପତ୍ନୀଙ୍କଠାରୁ ସେ ଅଲଗା ହୋଇଥିଲେ। ଏବଂ ହତାଶ ହୋଇଥିଲେ ବୋଲି କୁହାଯାଉଛି। ପୋଲିସ ଆଗକୁ ଯାଞ୍ଚ କରୁଛି ।

Leave A Reply

Your email address will not be published.