ବଢ଼ିଲା ସିସୋଦିଆଙ୍କ ବିଚାରବିଭାଗୀୟ ହାଜତ ଅବଧି, ମେ ୮ ପର୍ଯ୍ୟନ୍ତ ରହିବେ ଜେଲରେ
ମେ ୮ ପର୍ଯ୍ୟନ୍ତ ଜେଲରେ ରହିବେ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ। ଦିଲ୍ଲୀ ଅବକାରୀ ନୀତି ମାଲାରେ ତାଙ୍କ ବିଚାରବିଭାଗୀୟ ହାଜତ ଅବଧି ମେ ୮ ପର୍ଯ୍ୟନ୍ତ ବୃଦ୍ଧି କଲେ କୋର୍ଟ। ସ୍ୱତନ୍ତ୍ର ଜଜ୍ ଏମକେ ନାଗପାଲ ହାଜତ ଅବଧି ବଢ଼ାଇଛନ୍ତି। ଆଜି ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ସିସୋଦିଆଙ୍କୁ ହାଜର କରାଯାଇଥିଲା।
ନୂଆଦିଲ୍ଲୀ : ମେ’ ୮ ପର୍ଯ୍ୟନ୍ତ ଜେଲରେ ରହିବେ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ। ଦିଲ୍ଲୀ ଅବକାରୀ ନୀତି ମାଲାରେ ତାଙ୍କ ବିଚାରବିଭାଗୀୟ ହାଜତ ଅବଧି ମେ ୮ ପର୍ଯ୍ୟନ୍ତ ବୃଦ୍ଧି କଲେ କୋର୍ଟ। ସ୍ୱତନ୍ତ୍ର ଜଜ୍ ଏମକେ ନାଗପାଲ ହାଜତ ଅବଧି ବଢ଼ାଇଛନ୍ତି। ଆଜି ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ସିସୋଦିଆଙ୍କୁ ହାଜର କରାଯାଇଥିଲା।
ଗତକାଲି ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ କୋର୍ଟ। ଅବକାରୀ ଦୁର୍ନିତି ମାମଲାରେ ତାଙ୍କର ସଂପୃକ୍ତି ନେଇ ପ୍ରମାଣ ଥିବାରୁ ଜାମିନ ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ। ଉଭୟ ସିବିଆଇ ଓ ଇଡି ଏହି ଦିଲ୍ଲୀ ଅବକାରୀ ଦୁର୍ନିତି ମାଲାର ତଦନ୍ତ କରୁଛନ୍ତି। ମାର୍ଚ୍ଚ ୩୧ରେ ସିବିଆଇ ମାଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ କୋର୍ଟ। ଫେବ୍ରୁଆରୀ ୨୬ ତାରିଖରେ ଗିରଫ ହୋଇଥିଲେ ସିସୋଦିଆ।