ବିଜେପିରେ ଯୋଗ ଦେଲେ ବିଦ୍ରୋହୀ ଆପ୍ ନେତା କପିଲ ମିଶ୍ର
ବିଜେପିରେ ଯୋଗ ଦେଲେ ବିଦ୍ରୋହୀ ଆପ୍ ନେତା କପିଲ ମିଶ୍ର । ଦଳ ବଦଳ ଆଇନ ବଳରେ ବାଚସ୍ପତି ରାମ ନିଓ୍ଵାସ ତାଙ୍କୁ ଚଳିତ ମାସରେ ଅଯୋଗ୍ୟ ଘୋଷଣା କରିଥିଲେ। ଲୋକସଭା ନିର୍ବାଚନ ବେଳେ ବିଜେପି ପାଇଁ ପ୍ରଚାର କରିଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ସହ ଆପ୍ ମହିଳା ମୋର୍ଚ୍ଚାର ମୁଖ୍ୟ ରିଚା ପାଣ୍ଡେ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ଵାରୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ପୂର୍ବରୁ କେଜରିଓ୍ଵାଲଙ୍କ ସରକାରରେ ଥିଲେ ମନ୍ତ୍ରୀ କପିଲ ମିଶ୍ର । ୨୦୧୭ରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିବା ପରେ ସେ କେଜ୍ରିଓ୍ଵାଲଙ୍କୁ ସମାଲୋଚନା ଆରମ୍ଭ କରି ଦେଇଥିଲେ।