ପଞ୍ଜାବରେ ସରକାର ଗଠନ କରିବା ଦିଗରେ ଆଗକୁ ମାଡ଼ି ଚାଲିଛି ଆପ୍, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ସଜ ହେଲେଣି ଚନ୍ନି

ପଞ୍ଜାବ : ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ ସିଂହ ଚନ୍ନି ଖୁବଶୀଘ୍ର ଦେଇପାରନ୍ତି ଇସ୍ତଫା । ଏପଟେ ଭୋଟ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଚନ୍ନି ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ କଂଗ୍ରେସ ନେତା ଚରଣଜିତ୍ ସିଂହ ଚନ୍ନୀ ଚଣ୍ଡୀଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି। ଆଉ ବିଶେଷସୂତ୍ରରୁ ଜଣାପଡିଛି ଯେ ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦାଖଲ କରିପାରନ୍ତି।
ପଞ୍ଜାବରେ କଂଗ୍ରେସ ହାରିବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଚନ୍ନି ଏପରି ପଦକ୍ଷେପ ନେବାକୁ ଯାଉଛନ୍ତି। ତେବେ ରାଜ୍ୟର ୧୧୭ ବିଧାନସଭା ଆସନ ମଧ୍ୟରୁ ଆପ୍ ୮୯ଟି ଆସନରେ ଲିଡ୍ କରୁଛି। ଭୋଟ ଗଣତି ବେଳ ଠାରୁ ହିଁ ଆପ୍ ଅନ୍ୟ ସମସ୍ତ ରାଜନୀତିକ ଦଳଗୁଡ଼ିକ ଠାରୁ ଆଗରେ ରହିଛି। ଏକଜିଟ ପୋଲରେ ହୋଇଥିବା ଆକଳନ ସତ ହେବାକୁ ଯାଉଛି। ଆପ୍ ସରକାର ଗଠନ କରିବା ଦିଗରେ ଆଗକୁ ମାଡ଼ି ଚାଲିଛି।