ଆରୋହୀ ପଣ୍ଡିତ୍…ଆଟଲାଣ୍ଟିକ୍ ମହାସାଗରକୁ ପାର୍ କରିଥିବା ବିଶ୍ବର ପ୍ରଥମ ମହିଳା

ମୁମ୍ବାଇର ୨୩ ବର୍ଷିୟା ଆରୋହୀ ପଣ୍ଡିତ ଲାଇଟ୍ ସ୍ପୋର୍ଟସ ଏୟାରକ୍ରାଫ୍ଟ(ଏଲଏସଏ)ରେ ଆଟଲାଣ୍ଟିକ୍ ମହାସାଗରକୁ ପାର କରିଥିବା ଦୁନିଆର ପ୍ରଥମ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି । ଆରୋହୀ ୩୦୦୦ କିମି ଯାତ୍ରା କରି କାନାଡା ର ଇକାଲୁଟର ଏୟାରପୋର୍ଟରେ ଓହ୍ଲାଇଥିଲେ । ସେ ନିଜ ଛୋଟ ବିମାନ ସହିତ ଏକା ସ୍କର୍ଟଲ୍ଯାଣ୍ଡର ବିକ୍ ରୁ ଉଡାଣ ଭରିଥିଲେ ।

ଏହି ସମୟରେ ସେ ଆଇସଲ୍ଯାଣ୍ଡ ଏବଂ ଗ୍ରୀନଲ୍ଯାଣ୍ଡରେ ଅଟକିଥିଲେ । ଆରୋହୀ ଏହି ଉଡାଣ ‘V! Woman Empower Expedition ‘ ଦ୍ବାରା ପୁରା କରିଥିଲେ । ଆରୋହୀଙ୍କ ବିମାନର ନାମ ମାହି ଅଟେ । ଏହି ଉପଲବ୍ଧିରେ ଆରୋହୀ କହିଛନ୍ତି କି, ସେ ନିଜ ଦେଶ ଏବଂ ସବୁ ମହିଳାମାନଙ୍କ ପାଇଁ ଏହି କିର୍ତ୍ତିନାମା କରିଥିବାରୁ ବହୁତ ଖୁସି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.