୨୮ ଲକ୍ଷ ଟଙ୍କାର ଚାକିରି ଛାଡ଼ି ହେଲେ IAS ଅଫିସର, ପ୍ରଥମ ପ୍ରୟାସରେ ପାଇଲେ ସଫଳତା

ବଡ଼ ବଡ଼ କମ୍ପାନୀରେ ବଡ଼ ପୋଷ୍ଟରେ କାମ ମିଳିଗଲେ ଚାକିରି ଆଶାୟୀଙ୍କ ଖୁସି କହିଲେ ନସରେ । କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଟିକେ ଭିନ୍ନ ରାସ୍ତାକୁ ଆପଣାନ୍ତି । ଏହି ଲୋକମାନେ ଅଧିକ ଟଙ୍କା ନୁହେଁ ବରଂ ଭଲ ଫିଲ୍ଡରେ ଚାକିରି କରିବାକୁ ମନ ବଳାନ୍ତି । ଏହି ଫିଲ୍ଡ ମଧ୍ୟରୁ ସିଭିଲ ସର୍ଭିସ ହେଉଛି ଅନ୍ୟତମ ।

ଯଦି ଆପଣଙ୍କୁ ଆପଣଙ୍କ ଚାକିରିରେ ୧ ଲକ୍ଷ ଟଙ୍କାରୁ ବି ଅଧିକ ସାଲାରୀ ଦିଆଯାଏ ହୁଏତ ଆପଣ କେବେ ଏଭଳି ଚାକିିରିକୁ ହାତ ଛଡ଼ା କରିବେନି । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଜଣେ ଯୁବକଙ୍କ ବିଷୟରେ ଜଣାଇବୁ ଯିଏ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୨୮ ଲକ୍ଷ ଟଙ୍କାର ଚାକିରିକୁ ହାତ ଛଡ଼ା କରିଛନ୍ତି । ଆପଣଙ୍କୁ କଥାଟା ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏଭଳି ଜଣେ ଯୁବକ ଅଛନ୍ତି ଯେ ୨୮ ଲକ୍ଷ ଟଙ୍କା ମିଳୁଥିବା ଚାକିରିକୁ ଛାଡ଼ି ଦେଇଛନ୍ତି ।

ବଡ଼ ବଡ଼ କମ୍ପାନୀରେ ବଡ଼ ପୋଷ୍ଟରେ କାମ ମିଳିଗଲେ ଚାକିରି ଆଶାୟୀଙ୍କ ଖୁସି କହିଲେ ନସରେ । କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଟିକେ ଭିନ୍ନ ରାସ୍ତାକୁ ଆପଣାନ୍ତି । ଏହି ଲୋକମାନେ ଅଧିକ ଟଙ୍କା ନୁହେଁ ବରଂ ଭଲ ଫିଲ୍ଡରେ ଚାକିରି କରିବାକୁ ମନ ବଳାନ୍ତି । ଏହି ଫିଲ୍ଡ ମଧ୍ୟରୁ ସିଭିଲ ସର୍ଭିସ ହେଉଛି ଅନ୍ୟତମ ।

ତେବେ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଯୁବକଙ୍କ ବିଷୟରେ ଜଣାଇବାକୁ ଯାଉଛୁ , ଯିଏ ସିଭିଲ ସର୍ଭିସରେ ଯୋଗଦେବା ପାଇଁ ୨୮ ଲକ୍ଷ ଟଙ୍କାର ଆରାମଦାୟକ ଚାକିରି ଛାଡିଛନ୍ତି । ଦିଲ୍ଲୀର ବାସିନ୍ଦା ଆୟୁଷ ଗୋୟଲ ଚାକିରି ଛାଡ଼ିବା ପରେ ତାଙ୍କର ପ୍ରଥମ ପ୍ରୟାସରେ ହିଁ ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ଆଇଏଏସ୍ ଅଫିସର୍‌ ଆୟୁଷ ଗୋୟଲ ଦଶମ ଶ୍ରେଣୀ ପରୀକ୍ଷାରେ ୯୧.୨% ମାର୍କ ହାସଲ କରିଥିଲେ । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସେ ୯୬.୨% ମାର୍କ ପାଇଥିଲେ । ଦ୍ୱାଦଶ ଶ୍ରେଣୀ ପରେ ଆୟୁଷ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହନ୍ସରାଜ କଲେଜରୁ ଇକୋନୋମିକ୍ସ ଅନର୍ସରେ ଡିଗ୍ରୀ ହାସଲ କରିଥିଲେ ।

ଗ୍ରାଜୁଏସନ ସାରିବା ପରେ ଆୟୁଷ CAT ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । CAT ପରୀକ୍ଷାରେ ସଫଳତା ହାସଲ କରିବା ପରେ ସେ କେରଳର ଆଇଆଇଏମ୍ କୋଝିକୋଡରେ ଏମବିଏରେ ଆଡମିଶନ ନେଇଥିଲେ । ତାଙ୍କର ଲିଙ୍କଡିନ ପ୍ରୋଫାଇଲ ଅନୁଯାୟୀ, ଏମବିଏ ଶେଷ କରିବା ପରେ ଆୟୁଷ ଜେପି ମାର୍ଗନ ଚେଜ ଆଣ୍ଡ କମ୍ପାନୀରେ ଆନାଲିଷ୍ଟ ଭାବରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କୁ ବାର୍ଷିକ ୨୮ ଲକ୍ଷ ଟଙ୍କା ପ୍ୟାକେଜରେ ଏହି ପୋଷ୍ଟରେ ରଖାଯାଇଥିଲା ।

ଆୟୁଷଙ୍କ ପିତା ସୁଭାଷ ଚନ୍ଦ୍ର ଗୋୟଲଙ୍କର ଏକ ଦୋକାନ ଥିବାବେଳେ ତାଙ୍କ ମା’ ମୀରା ଗୋୟଲ ଜଣେ ଗୃହିଣୀ। ଆୟୁଷ ତାଙ୍କ ପାଠ ପଢ଼ା ପାଇଁ ୨୦ ଲକ୍ଷ ଟଙ୍କାର ଋଣ ନେଇଥିଲେ। ଏଥି ସହିତ ଯେତେବେଳେ ଆୟୁଷ ଚାକିରି ପାଇଲେ, ତାଙ୍କ ବାପା ମା’ ବହୁତ ଖୁସି ହୋଇଥିଲେ । କିନ୍ତୁ ଆୟୁଷ ଚାକିରି ଛାଡ଼ି UPSC ପାଇଁ ପ୍ରସ୍ତୁତ ହେବା ଦେଖି ବାପା ମା’ ଚିନ୍ତାରେ ପଡ଼ି ଯାଇଥିଲେ ।

ଆୟୁଷ ଆଠ ମାସ ପରେ ଚାକିରି ଛାଡି UPSC ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏତେ ଟଙ୍କାର ଚାକିରି ଛାଡି ପାଠ ପଢ଼ିବା ସହଜ ନଥିଲା । କିନ୍ତୁ ସେ ହାର ମାନି ନଥିଲେ । UPSC ପରୀକ୍ଷା ପାଇଁ ଦିନରାତି ପରିଶ୍ରମ କରୁଥିଲେ ଆୟୁଷ । UPSC ପାଇଁ ଦେଢ଼ ବର୍ଷ ଘରେ ରହି ପାଠ ପଢ଼ିଥିଲେ । ଏଥିପାଇଁ ସେ କୌଣସି କୋଚିଂ ମଧ୍ୟ ନେଇ ନଥିଲେ । ସେ ପ୍ରତିଦିନ ଆଠରୁ ଦଶ ଘଣ୍ଟା ପରିଶ୍ରମ କରୁଥିଲେ । ଏବଂ ଶେଷରେ ପ୍ରଥମ ପ୍ରୟାସରେ ହିଁ ସଫଳ ହୋଇଥିଲେ । ସେ ୧୭୧ ର‍୍ୟାଙ୍କ ହାସଲ କରି ଏହି ପରୀକ୍ଷାରେ ସଫଳ ହୋଇଥିଲେ ଏବଂ ଜଣେ IAS ଅଧିକାରୀ ହୋଇ ବାପା ମା’ଙ୍କ ପାଇଁ ଗୌରବ ଆଣିଛନ୍ତି ।

You might also like