ଦିଲ୍ଲୀ(କେନ୍ଯୁଜ୍) : ଅଭିଜିତ୍ ଆୟର ମିତ୍ର ଓଡ଼ିଶା ଆସି ଆତ୍ମସମର୍ପଣ କରିବେ ନା ବନ୍ଧା ହେବେ? ସେ ନେଇ ଲାଗି ରହିଛି ଚର୍ଚ୍ଚା । ଆଜି ଯାଏ ତାଙ୍କୁ ମିଳିଥିଲା ଅନ୍ତରୀଣ ସୁରକ୍ଷା । ସୁପ୍ରିମକୋର୍ଟ ଗତକାଲି ଜାମିନ ଦେବାକୁ ମନା କରି ଦେଇଛନ୍ତି ।
କୋଣାର୍କ ମନ୍ଦିର ନେଇ ଅରୁଚିକର ମନ୍ତବ୍ୟ ଦେବା ଅଭିଜିତ ଆୟରଙ୍କୁ ମହଙ୍ଗା ପଡିଛି। ଏଥିପାଇଁ ଅଭିଜିତ ଆୟାରଙ୍କୁ ଜାମିନ ଦେବାକୁ ସିଧାସିଧା ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷାତରେ ଗଠିତ ୩ ଜଣିଆ ଖଣ୍ଡପିଠ କହିଛନ୍ତି, ସୂର୍ଯ୍ଯ ମନ୍ଦିର ଉପରେ ସେ ଦେଇଥିବା ଟିପ୍ପଣୀ ଦେଖିଛନ୍ତି। ଏଭଳି ମନ୍ତବ୍ୟ ଧର୍ମୀୟ ଭାବନାକୁ ଆଘାତ ଦେଇଛି। ତେଣୁ ଜାମନି ପାଇଁ ଅଭିଜିତ ହକଦାର ନୁହଁନ୍ତି। ତେବେ ଅଭିଜିତଙ୍କ ଓକିଲ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଜାମିନ ଦେବା ସପକ୍ଷରେ ଯୁକ୍ତି ବାଢିଥିଲେ। କୋର୍ଟ କହିଥିଲେ, ଯଦି ଜୀବନ ପ୍ରତି ବିପଦ ଅଛି ତେବେ ଜେଲରେ ରହିବାଠାରୁ ଆଉ ଭଲ ସ୍ଥାନ କଣ ହୋଇପାରେ। ସୁରକ୍ଷିତ ରହିବା ପାଇଁ ଏହା ସବୁଠାରୁ ଭଲ ସ୍ଥାନ।