ଓ୍ଵାଘାରେ ଅଭିନନ୍ଦନ, କୁପଓ୍ଵାଡ଼ାରେ ଉଲ୍ଲଂଘନ

ନୂଆଦିଲ୍ଲୀ : ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ହୋଇଗଲା । ତଥାପି ସାରା ଦେଶ ଅପେକ୍ଷା କରିଛି ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ । କେତେବେଳେ ଓ୍ଵାଘା ସୀମା ଅତିକ୍ରମ କରି ଭାରତରେ ପହଞ୍ଚିବେ । ଅଭିନ୍ଦନଙ୍କୁ ନେଇ ବେଶ୍‌ କେଇ ଘଣ୍ଟା ହେଲା ବିଭ୍ରାନ୍ତିକର ଖବର ସବୁ ଆସି ପହଞ୍ଚୁଛି । କେତେବେଳେ ଖବର ଆସୁଛି ଯେ ସେ ଭାରତ ମାଟିରେ ପହଞ୍ଚି ସାରିଲେଣି ପୁଣି କେତେବେଳେ କିଛି ଘଣ୍ଟା ଡେରି ହେବ । ଗତକାଲି ପାକିସ୍ତାନ ଘୋଷଣା କରିଥିବା ଅପରାହ୍ନ ୨ଟା ସମୟ ବଢ଼ି ବଢ଼ି ୯ଟା ହୋଇଗଲାଣି । ତଥାପି ୧୨୦ କୋଟି ଭାରତୀୟଙ୍କ ଅପେକ୍ଷାର ଅନ୍ତ ଘଟି ନାହିଁ । ଓପଚାରିକତା ବାକି ଅଛି ବୋଲି ଯାହା ଖାଲି ସୂଚନା ମିଳୁଛି ।

WATING
ଅନ୍ୟପଟେ କଶ୍ମୀରରେ ଯୁଦ୍ଧ ବିରତି ଉଲ୍ଲଂଘନ କରି ସୀମା ଆରପଟୁ ପାକିସ୍ତାନୀ ସେନା ।ରତ ଉପରେ ଗୁଳିଗୋଳା ବର୍ଷଣ କରି ଚାଲିଛନ୍ତି । ଏଥିରେ ଜଣେ ସାଧାରଣ ନାଗରିକ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି । ଦୁଇଜଣ ସିଆରପିଏଫ୍‌ ଯବାନ୍‌ ଏବଂ ୨ ଜଣ ପୋଲିସ୍‌ କର୍ମଚାରୀ ସହିଦ ହୋଇଛନ୍ତି ।
ବର୍ତ୍ତମାନର ସ୍ଥିତିରୁ ଲାଗୁଛି ଯେମିତି ପାକିସ୍ତାନ ଖେଳ ଖେଳୁଛି । ଅଭିନନ୍ଦନଙ୍କୁ ନେଇ ଭାରତୀୟମାନେ ଭାବପ୍ରବଣତାରେ ଖୁସି ହେଉଥିବା ବେଳେ ସେମାନଙ୍କ ଲକ୍ଷ୍ୟ କଶ୍ମୀରରୁ ହଟି ଯାଇଛି । ଏଇ ସମୟରେ ଉଭୟ ଆତଙ୍କବାଦୀ ଓ ପାକିସ୍ତାନ ସେନା ସେମାନଙ୍କ କାରନାମା କରି ଚାଲିଛନ୍ତି ।