୬ ମାସ ପରେ ପୁଣି ମିଗ୍‌-୨୧ ଲଢୁଆ ବିମାନ ଉଡ଼ାଇଲେ ଅଭିନନ୍ଦନ ବର୍ତ୍ତମାନ

ପୁଣି ଉଡ଼ିଲେ ଅଭିନନ୍ଦନ ବର୍ତ୍ତମାନ । ୬ ମାସ ପରେ ଉଡ଼ାଇଲେ ମିଗ୍‌-୨୧ ଲଢୁଆ ଯୁଦ୍ଧବିମାନ । ଆଜି ପଠାନକୋଟ ଏୟାରବେସରୁ ସେ ମିଗ୍‌ ବିମାନ ଉଡ଼ାଇଥିଲେ। ଏତିକିବେଳେ ତାଙ୍କ ସହ ଥିଲେ ବାୟୁସେନା ମୁଖ୍ୟ ଏୟାରଚିଫ୍‌ ମାର୍ସଲ ବି. ଏସ୍‌. ଧନଓ୍ଵା। ନୂଆ ଲୁକ୍‌ ସହ ନୂଆ ଯୋଶରେ ନଜର ଆସିଛନ୍ତି ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ଚଳିତବର୍ଷ ଫେବ୍ରୁଆରୀ ୨୭ ତାରିଖରେ ସେ ଶେଷ ଥର ପାଇଁ ମିଗ୍‌-୨୧ ଯୁଦ୍ଧ ବିମାନ ଉଡ଼ାଇଥିଲେ ।

abhinandan picସେଦିନ ଭାରତୀୟ ସୀମାରେ ପାକିସ୍ତାନର ଏଫ୍‌-୧୬ ବିମାନ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ନୌସେରା ସେକ୍ଟରରୁ ବିମାନକୁ ଖସାଇଥିଲେ ଅଭିନନ୍ଦନ । ଏତିକିବେଳେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାରାଚୁଟ୍‌ରେ ଖସିବା ପରେ ପାକିସ୍ତାନ ଅଧିକୃତ କଶ୍ମୀରରେ ଓହ୍ଲାଇଥିଲେ ଅଭିନନ୍ଦନ । ଏହାପରେ ପାକିସ୍ତାନ ସେନା ତାଙ୍କୁ ହେପାଜରେ ନେଇଥିଲା। ପରେ ତାଙ୍କୁ ଛାଡ଼ିଥିଲା ପାକିସ୍ତାନ। ସେଠାରୁ ମୁକ୍ତି ପରେ ବହୁ ମେଡିକାଲ୍‌ ଟେଷ୍ଚ ହୋଇଥିଲା। ପୁରା ଫିଟ୍‌ ହେବା ପରେ ତାଙ୍କୁ ପୁଣି ଥରେ ଯୁଦ୍ଧ ବିମାନ ଉଡ଼ାଇବାକୁ ଅନୁମତି ମିଳିଛି।