ଅଭିନନ୍ଦନଙ୍କୁ ଅସଲରେ ବନ୍ଦୀ କରି ରଖିପାରିଲାନି, କିନ୍ତୁ ଷ୍ଟାଚ୍ୟୁକୁ ବନ୍ଦୀ କରି ରଖିଛି ପାକିସ୍ତାନ

କେନ୍ୟୁଜ୍(ବ୍ୟୁରୋ):   ଭାରତ ମଧ୍ୟରେ ଆତଙ୍କୀ କାର୍ଯ୍ୟକଳାପକୁ ବଢାଉଥିବା ପାକିସ୍ତାନ ପୁଣି ଭାରତକୁ ନିଚ ଦେଖାଇବାକୁ ଯାଇ ଏକ ଘୃଣ୍ୟ ହରକତ କରିଛି। ପାକିସ୍ତାନର ୱାର ମ୍ୟୁଜିୟମରେ ଭାରତୀୟ ବାୟୂସେନର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କର ଏକ ଷ୍ଟାଚ୍ୟୁକୁ ଏକ କାଚ ଘରେ  ବନ୍ଦି ଭାବରେ  ରଖିଛି। ପାଖରେ ଏକ ପାକିସ୍ତାନୀ ଯବାନଙ୍କ ଷ୍ଟାଚ୍ୟୁ ମଧ୍ୟ ରହିଛି। ଯାହକୁ ଦେଖିଲେ ଲାଗୁଛି ପାକିସ୍ତାନ ଯବାନ ଜଣକ ଅଭିନନ୍ଦନଙ୍କୁ  ଜଗିକି ଛିଡା ହୋଇଛନ୍ତି।

ପାକିସ୍ତାନର ଜଣାଶୁଣା  ପତ୍ରକାର ତଥା ରାଜନୈତିକ ଟିପ୍ପଣୀକାର ଅନୱର ଲୋଧୀ  ନିଜ ଟ୍ବିଟର ଆକାଉଣ୍ଟରେ ଅଭିନନ୍ଦନଙ୍କ ଏହି ଫଟୋକୁ ପୋଷ୍ଟ କରିଛନ୍ତି।  ଫଟୋକୁ ପୋଷ୍ଟ କରି ଲୋଧୀ ଲେଖିଛନ୍ତି ଯେ ପାକିସ୍ତାନ ବାୟୂସେନା ତାର  ୱାର ମ୍ୟୁଜିୟମରେ ଭାରତୀୟ ବାୟୂସେନାର  ପାଇଲଟ  ଅଭିନନ୍ଦନ ବିର୍ତ୍ତମାନଙ୍କ ଷ୍ଟାଚ୍ୟୁକୁ ରଖିଛି ପଖରେ ଏକ କପ ଓ  ନିକଟରେ ଜଣେ ପାକିସ୍ତାନ ଯବାନ ଛିଡା ହୋଇଛନ୍ତି। ଏହି ଫଟୋ ଆଉ ଟିକେ  ରୋଚକ  ହୋଇପାରଥାନ୍ତା ଯଦି ଅଭିନନ୍ଦନଙ୍କ ହାତରେ ଗୋଟେ କପ ‘ଚା’ ଧରାଇଦିଆଯାଇଥାନ୍ତା।  ଲୋଧୀଙ୍କ ଏହି ଉକ୍ତି ଲେଖିବା ପଛରେ ଏକ କାରଣ  ରହିଛି। ଆଉ ସେହି କାରଣଟି ହେଉଛି  ପୂର୍ବରୁ  ଅଭିନନ୍ଦନ ବର୍ତ୍ତମାନ ଯେତେବେଳେ ବାୟୂସେନା ବିମାନ ଦୁର୍ଘଟଣା କାରଣରୁ ପାକିସ୍ତାନରେ ଅବତରଣ କରିଥିଲେ ସେତେବେଳେ ପାକିସ୍ତାନ ସେନା ତାଙ୍କୁ ଅଟକ  ରଖିଥିଲା।  ଅଟକ ରଖିଥିବା ସମୟରେ ଅଭିନନ୍ଦନଙ୍କୁ ପାକିସ୍ତନ ସେନା ତରଫରୁ ଚା ପିଇବାକୁ ଦିଆଯାଇଥିଲା। ଆଉ ଚା ପିଇ ସାରିବା ପରେ ଚା’ର ସ୍ବାଦ କେମିତି ଥିଲା ବୋଲି ମଧ୍ୟ ପଚରାଯାଇଥିଲା। ଉତ୍ତରରେ ଅଭିନନ୍ଦନ କହିଥିଲେ ‘ଚା ବହୁତ ବଢିଆ  ହୋଇଛି ଧନ୍ୟବାଦ’ । ଅଭିନନ୍ଦନ ବର୍ତ୍ତମାନଙ୍କୁ ନେଇ ଏହା ପ୍ରଥମ ନୁହେଁ, ବରଂ ପୂର୍ବରୁ ମଧ୍ୟ  ଅଭିନନ୍ଦନଙ୍କୁ ନେଇ ପାକିସ୍ତାନ ଗଣମାଧ୍ୟମରେ ବ୍ୟଙ୍ଗାତ୍ମକ ଶୈଳୀରେ ବିଜ୍ଞାପନ ମଧ୍ୟ ପ୍ରସାରଣ କରାଯାଇସାରିଛି। ଏ

KNews Bureau

Recent Posts

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

12 mins ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

24 mins ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

2 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

2 hours ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

3 hours ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

3 hours ago