କୁନି ପ୍ରବଚକ ଅଭିନବ ଆରୋରାଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ ଧମକ ଦେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କୁନି ପ୍ରବଚକ ଅଭିନବ ଆରୋରାଙ୍କୁ ହତ୍ୟା ଧମକ । ୧୦ ବର୍ଷୀୟ ଅଭିନବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିନବଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି । ମେସେଜ୍ ଯୋଗେ ହତ୍ୟା ଧମକ ମିଳିଥିବା ନେଇ ଅଭିନବଙ୍କ ମାଆ ଥାନାରେ ଏତଲା ଦେଇଛନ୍ତି।
ଅଭିନବଙ୍କ ମାଆ କହିଛନ୍ତି, “ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଅଭିନବଙ୍କୁ ମାରି ଦେବାକୁ ହତ୍ୟା ଧମକ ଦେଇଛନ୍ତି । ଗତକାଲି ରାତିରେ ଆମକୁ ଏକ ନଂରେ କଲ୍ ଆସିଥିଲା, କଲ୍ ରିସିଭ୍ କରି ନପାରିବାରୁ ପର ଦିନ ସକାଳେ ସେହି ନଂରେ ମେସେଜ କରି ହତ୍ୟା ଧମକ ଦିଆଯାଇଛି । ମେସେଜରେ ସେମାନେ ଅଭିନବଙ୍କୁ ମାରିଦେବାକୁ ଧମକ ଦେଇଛନ୍ତି ।”
ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଏବଂ ଅଭିନବଙ୍କ ଏକ ଭିଡିଓ ଭାଇରଲ୍ ହେବା ପରେ ଅଭିନବ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ଏକ ଭାଇରଲ ଭିଡିଓରେ ରାମଭଦ୍ରାଚାର୍ଯ୍ୟ ଅଭିନବଙ୍କୁ ମଞ୍ଚ ଉପରେ ଗାଳି କରୁଥିବା ଦେଖିବାକୁ ମିଳୁଛି । ଏହା ପରେ ଅଭିନବ ଆରୋରା ଜଣେ ମୁର୍ଖ ବୋଲି କହିଥିଲେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ।
ଏହା ପୂର୍ବରୁ ଅଭିନବ ୭ ୟୁଟୁବରଙ୍କ ବିପକ୍ଷରେ ଅଭିଯୋଗ କରିଥିଲେ । ଅଭିନବଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଅଭିନବଙ୍କୁ ବଦନାମ କରିବା ଏବଂ ହଇରାଣ କରିବା ପାଇଁ ଏଭଳି କାମ କରିଛନ୍ତି । ତାଙ୍କ ପରିବାର ଲୋକଙ୍କ ମଜାକ୍ ଉଡାଯାଉଛି । ଯାହାଦ୍ବାରା ପରିବାରର ଗରିମା ଏବଂ ମାନସିକ ଶାନ୍ତି କ୍ଷୁର୍ଣ୍ଣ ହେଉଛି ।
ଦେଶରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଲଗାତାର ଘଟଣା ଘଟାଇ ଚାଲିଛି । ମୁମ୍ବାଇରେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କ ହତ୍ୟା ପରେ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ।ବଲିଉଡ୍ ଷ୍ଟାର ସଲମାନ ଖାନ ୧୯୯୮ରେ ଫିଲ୍ମ ‘ହମ୍ ସାଥ୍ ସାଥ୍ ହୈ’ର ସୁଟିଂ ସମୟରେ ରାଜସ୍ଥାନରେ କଳା ହରିଣ ଶିକାର କରିଥିଲେ । କଳା ହରିଣକୁ ବିଷ୍ଣୋଇ ସମାଜ ବହୁତ ପବିତ୍ର ବୋଲି ମାନନ୍ତି । ଏହା ପରଠାରୁ ବିଷ୍ଣୋଇ ସମ୍ପ୍ରଦାୟ ସଲମାନ ଖାନଙ୍କୁ ନେଇ କ୍ରୋଧିତ ରହିଛି ।