ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ସହାୟତା ଓ ସମ୍ପର୍କ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ(କେନ୍ଯୁଜ୍) : ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ସହାୟତା ଓ ସମ୍ପର୍କ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ବିଜ୍ଞାନ ଭବନରୁ ଏହି କାର୍ଯ୍ଯକ୍ରମ ଶୁଭାରମ୍ଭ କରାଯିବ। ୧୦୦ଟି ଜିଲ୍ଲାରେ ୧୦୦ଦିନ ପର୍ଯ୍ଯନ୍ତ ଚାଲିବ ଏହି ଅଭିଯାନ।

workସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଏହି ଅଭିଯାନର ଶୁଭାରମ୍ଭ କରାଯାଉଛି। କଟକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀରେ ବୀରେନ୍ଦ୍ର ସିଂ ଓ ପାରାଦୀପରେ ମନସୁଖ ଲାଲ ମଣ୍ଡଭିୟା ଏହି କାର‌୍ୟ୍ୟକ୍ରମରେ ଯୋଗଦେଇ କାର‌୍ୟ୍ୟକ୍ରମର ପରିଚାଳନା କରିବେ।