ମହାରାଷ୍ଟ୍ରରେ ଗୋଟିଏ ପରିବାରର ୯ଜଣଙ୍କର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ମହାରାଷ୍ଟ୍ରର ମାଙ୍ଗଲିରେ ଘଟିଯାଇଚି ଏକ ଦୁଖଦ ଘଟଣା । ଏକ ଡାକ୍ତର ପରିବାରର ୯ଲୋକଙ୍କ ମୃତ୍ୟୁ ହୋଇଛି । ଖବର ଅନୁସାରେ ପରିବାରର ସମସ୍ତେ ସାମୂହିକ ଭାବେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯାହା ଫଳରେ ପୁରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା । ପୋଲିସ କହିଛି କି ପରିବାର କରଜରେ ବୁଡି ରହିଥିଲା । ତେଣୁ ହୁଏତ ସେହି କାରଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ପୁରା ପରିବାର ।

ଏହି ଘଟଣାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଚକିତ । କାରଣ ପରିବାର ହେଉଛି ଗୋଟେ ଡାକ୍ତର ଫ୍ୟାମିଲି । କିନ୍ତୁ ଏମାନେ ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିଛିନ୍ତି । ଅଲଗା ଅଲଗା ଘରେ ଲୋଟି ପଡିଛନ୍ତି ଏହି ପରିବାରର ସଦସ୍ୟ । ପୋଲିସକୁ ଦୁଇ ଅଲଗା ଅଲଗା ଘରୁ ମିଳିଛି ଏମାନଙ୍କ ମୃତଦେହ ।

ପ୍ରଥମିକ ଯାଞ୍ଜରୁ ଯାହା ଜମାପଡିଛି କି ଏହି ପରିବାର ବହୁତ ଖରାପ ସ୍ଥିତି ଦେଇ ଗତି କରୁଥିଲେ । କରଜରେ ବୁଡି ରହିଥିଲେ ଏମାନେ । ଏପଟେ ରିପୋର୍ଟ ଅନୁସାରେ କରଜ ବୋଝ ଯୋଗୁଁ ଚିନ୍ତାଭାରରେ ଏମାନେ ସମସ୍ତେ ଆତ୍ମହତ୍ୟା କରିଛନ୍ତି । ଆଜିର ଏହି ଘଟଣାରେ ଗୋଟିଏ ଘରୁ ପୋଲିସକୁ ୬ଜଣଙ୍କ ମୃତଦେହ ମିଳିଥିବା ବେଳେ ଆଉ ଗୋଟିଏ ଘରୁ ମିଳିଛି ଆଉ ତିନି ଜଣଙ୍କ ମୃତଦେହ ।

ପଡୋଶୀମାନେ ପ୍ରଥମେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ସେମାନେ ପୋଲିସକୁ ସଂଗେ ସଂଗେ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିବାପରେ ଏହା ସମ୍ପର୍କରେ ଜାଣାପଡିଥିଲା ।

ପୋଲିସ ଅନୁସାରେ ଡାକ୍ତର ଦମ୍ପତ୍ତି ପରିବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ସଦସ୍ୟଙ୍କ ନାମ ହେଉଛି ପୋପଟ ୟଲ୍ଲାପା, ବୟସ ୫୨, ସଂଗୀତା ପୋପଟ ବନମୋରେ ବୟସ ୪୫, ଅନିତା ମାଣିକ ବନମୋରେ ବୟସ ୨୮, ଅକ୍କାତାଇ ବନମୋରେ ବୟସ ୭୨ ଓ ଆଦିତ୍ୟ ମାଣିକ ବନମୋରେ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କି ପରିବାର ସହ ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରେ ଜଣେ ୧୫ବର୍ଷର ନାବଳାକ ମଧ୍ୟ ସାମିଲ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.