ହାଇଦ୍ରାବାଦ ଗଣଦୁଷ୍କର୍ମ ଏନ୍‌କାଉଣ୍ଟରରେ ଭୋର୍‌ ୩ଟା ବେଳେ କ’ଣ ଘଟିଥିଲା?

ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ୪ ଦୋଷୀଙ୍କୁ ଶୁକ୍ରବାର ଭୋର୍‌ ୩ଟାରେ ଏନ୍‌କାଉଣ୍ଟର କରାଯାଇଛି। ଏହି ୪ ଅଭିଯୁକ୍ତ ମହିଳା ପଶୁ ଡାକ୍ତରାଣୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୋଲିସ କହିବାନୁସାରେ ଅଭିଯୁକ୍ତମାନେ ଖସିପଳାଇବାକୁ ଚେଷ୍ଟା କରିବାରୁ ପୋଲିସ ଗୁଳି କରିଥିଲା ଓ ସେଥିରେ ଚାରିଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଉଭୟ ପ୍ରଶାସନ ଓ ସରକାରଙ୍କୁ ଧନ୍ୟବାଦ ଜଣାଇ ପୀଡ଼ିତାଙ୍କ ବାପା କହିଛନ୍ତି ଏବେ ମୋ ଝିଅକୁ ଶାନ୍ତି ମିଳିବ। ସେହିଭଳି ନିର୍ଭୟାର ମା’ ମଧ୍ୟ ଏଭଳି ପଦକ୍ଷେପକୁ ପ୍ରଶଂସା କରି ଖୁବ୍‌ଶୀଘ୍ର ତାଙ୍କ ଝିଅକୁ ମଧ୍ୟ ନ୍ୟାୟ ଦେବାକୁ ଦାବି କରିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଏନ୍‌କାଉଣ୍ଟର ପଛରେ ଥିବା ୫ଟି ବଡ଼ କଥା…

ଏହାସହ ପଢ଼ନ୍ତୁ: ନିର୍ଭୟା ଗଣଦୁଷ୍କର୍ମର ଦୋଷୀଙ୍କୁ ଫାଶୀ ଦେବା ପାଇଁ ମିଳିଗଲା ଘାତକ, ଜାଣନ୍ତୁ ତାଙ୍କ ବିଷୟରେ

୧. ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିବା ପରେ ଗୁରୁବାର-ଶୁକ୍ରବାର ମଧ୍ୟରାତିରେ ପୋଲିସ ଏହି ୪ ଅଭିଯୁକ୍ତଙ୍କୁ ସିନ୍‌ ଅଫ୍‌ କ୍ରାଇମ୍‌ ବା ରିକନ୍‌ଷ୍ଟ୍ରକସନ୍‌ର ଯାଞ୍ଚ କରିବାକୁ ବସ୍‌ରେ ଘଟଣାସ୍ଥଳକୁ ନେଇଥିଲା।

୨.ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ପୋଲିସ ହାତରୁ ବନ୍ଧୁକ ଛଡ଼ାଇ ଖସିଯିବାକୁ ଚେଷ୍ଟା କରିଥିଲା। ସେମାନେ ଖସିଯାଇଥିଲେ ଦେଶରେ ହଙ୍ଗାମା ହୋଇଯାଇଥାନ୍ତା ବୋଲି କହିଛନ୍ତି।

୩.ଅଭିଯୁକ୍ତମାନେ ଖସିବାକୁ ଚେଷ୍ଟା କଲା ବେଳେ ପୋଲିସ ଉପରକୁ ଗୁଳି ମଧ୍ୟ ଚଳାଇଥିଲେ। ଜବାବରେ ପୋଲିସ ମଧ୍ୟ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଭୋର ୩ଟାରୁ ୬ଟା ମଧ୍ୟରେ ଘଟିଛି।

୪.ସକାଳ ପ୍ରାୟ ୭.୩୦ଟା ବେଳେ ଗଣମାଧ୍ୟମ ନିକଟରେ ଖବର ପହଞ୍ଚିଥିଲା।

୫.ଏହି ଏନ୍‌କାଉଣ୍ଟର ପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କିଛି ଲୋକ ପୋଲିସକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ମାନବାଧିକାର କ୍ଷୂର୍ଣ୍ଣ ହୋଇଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.