ଆତଙ୍କୀ ଅବୁ କତାଲକୁ ହତ୍ୟା, ଅବୁକୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରିଥିଲା ଏନଆଇଏ

ଆତଙ୍କୀ ଅବୁ କତାଲକୁ ହତ୍ୟା ।  ମୋଷ୍ଟୱାଣ୍ଟେଡ ଲସ୍କର ଆତଙ୍କବାଦୀ ଅବୁ କତାଲ ସିନ୍ଧିକୁ ହତ୍ୟା। ଗତ ରାତିରେ ପାକିସ୍ତାନରେ ଅବୁ କତାଲକୁ ହତ୍ୟା କରାଯାଇଛି ।  ଆତଙ୍କବାଦୀ ଅବୁ କତାଲର ମୃତ୍ୟୁ ସହିତ ଲସ୍କର-ଇ-ତୈବାକୁ ଏକ ବଡ଼ ଧକ୍କା ଲାଗିଛି ।

ଜମ୍ମୁକାଶ୍ମୀରର ଅନେକ ଆତଙ୍କୀ ହିଂସାରେ ଜଡ଼ିତ ଥିଲା ଅବୁ କତାଲ। ୨୬/ ୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ ସୟଦର ନିକଟତମ ସହଯୋଗୀ ଥିଲା ଅବୁ ।  ୯ ଜୁନରେ ଶିବଖଡ଼ି ମନ୍ଦିର ତୀର୍ଥଯାତ୍ରୀ ବସ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ।  NIAର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତାଲିକାରେ ଥିଲା ଅବୁ କତାଲ ।

ଗତକାଲି ରତିରେ ଅଜଣା ଆତତାୟୀ ଗୁଳିରେ ଅବୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ୨୬/୧୧ ମୁମ୍ବାଇ ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା ।  ୨୦୦୮ ମସିହା ନଭେମ୍ବର ୨୬ ତାରିଖ.. ଯେଉଁଦିନ ଥରି ଉଠିଥିଲା ମାୟା ନଗରୀ । ପାକିସ୍ତାନର ଲସ୍କର-ଏ-ତୈୟବାର ୧୦ ଆତଙ୍କବାଦୀ ମୁମ୍ବାଇ ଉପରେ କରିଥିଲେ ଆକ୍ରମଣ ଏବଂ ୪ ଦିନ ଧରି ଗୁଳିମାଡ଼ ବ୍ୟତୀତ ଅନେକ ସ୍ଥାନରେ ବିସ୍ଫୋରଣ କରିଥିଲେ  ।

Also read: ଅନ୍ତିମ ସଂସ୍କାରକୁ ଯାଉଥିବା ସମୟରେ ବୁଡିଲା ଡଙ୍ଗା, ୪ ମୃତ ୧୨ ନିଖୋଜ