ହାଇଟେକ୍‌ ସୋସାଇଟିରେ ବଡ଼ ଧରଣର ବିସ୍ଫୋରଣ, ହୁତୁ ହୁତୁ ହୋଇ ଜଳିଲା ଫ୍ଲାଟ୍‌

ନୋଏଡ଼ାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ପ୍ଲାଟ୍‌ରେ ଫାଟିଲା ଏସି । ହୁତୁ ହୁତୁ ହୋଇ ଜଳିଲା ଫ୍ଲାଟ୍‌ । ଉତ୍ତରପ୍ରଦେଶର ନୋଏଡା ସେକ୍ଟର-୧୦୦ ଲୋଟ୍‌ସ୍‌ ବ୍ଲୁବାର୍ଡ ସୋସାଇଟିରେ ଘଟିଛି ଏଭଳି କିଛି ଦୁର୍ଘଟଣା । ଆଜି ସକାଳେ ହଠାତ୍‌ ଏୟାର କଣ୍ଡିସନରରେ ବିସ୍ଫୋରଣ ଘଟି ନୋଏଡା ଫ୍ଲାଟ ଭିତରେ ନିଆଁ ଲାଗିଯାଇଥିଲା। ପରେ ସେକ୍ଟର -୧୦୦ ର ଲୋଟସ୍ ବ୍ଲୁବାର୍ଡ ସୋସାଇଟିରେ ଅନ୍ୟ ଫ୍ଲାଟ୍‌ ଗୁଡ଼ିକରେ ନିଆଁ ଲାଗିଯାଇଥିଲା । ଏହି ବିସ୍ଫୋରଣରେ କାହାର କିଛି କ୍ଷତି ହୋଇଥିବା ଜଣାପଡ଼ିନି । କିନ୍ତୁ ନିଆଁ ରେ ପ୍ରଭାବିତ ଫ୍ଲାଟରୁ ପ୍ରବଳ ଧୂଆଁ ବାହାରୁଥିବାରୁ ନିକଟସ୍ଥ ଫ୍ଲାଟଗୁଡିକରେ ରହୁଥିବା ଲୋକମାନେ ଭୟରେ ଫ୍ଲାଟ୍‌ ଛାଡ଼ି ଦୌଡ଼ିଥିଲେ ।

ଖବର ପାଇ ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ଚୋବେ କହିଛନ୍ତି ଯେ, ସକାଳ ୧୦.୧୦ରେ କୋଠାର ଦଶମ ମହଲାରେ ଥିବା ଫ୍ଲାଟରେ ନିଆଁ ଲାଗିବା ନେଇ ସ୍ଥାନୀୟ ଲୋକ ତଥା ସମାଜ ବାସିନ୍ଦା ଅଗ୍ନିଶମ ସେବା ୟୁନିଟକୁ ସତର୍କ କରାଇଥିଲେ।ସେ କହିଛନ୍ତି, ଆମେ ସଙ୍ଗେ ସଙ୍ଗେ ୫ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କିନ୍ତୁ ଆମର ଗାଡି ସେଠାରେ ପହଞ୍ଚିବା ପୂର୍ବରୁ ସୋସାଇଟିରେ ସ୍ଥାପିତ ଅଗ୍ନି ନିର୍ବାପକ ବ୍ୟବସ୍ଥା ୧୦ ମିନିଟ ମଧ୍ୟରେ ନିଆଁ ଲିଭାଇବାରେ ସଫଳ ହୋଇଥିଲା।

ଏସି ବିସ୍ଫୋରଣ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିଲା । ସ୍ପ୍ରିଙ୍କଲର, ନିର୍ବାପକ ଯନ୍ତ୍ର, ହୋସ୍ ଭଳି ଅଗ୍ନି ନିର୍ବାପକ ବ୍ୟବସ୍ଥା ଭଲ କାମ କରୁଥିବାରୁ ନିଆଁ ଅଧିକ ବ୍ୟାପି ନଥିଲା ଏବଂ ଗୋଟିଏ ଫ୍ଲାଟ୍‌ରେ ରହିଥିଲା । ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ସୁଚନା ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ବିସ୍ଫୋରଣର ଭିଡିଓ ଭାଇରାଲ୍‌ ହୋଇଥିବା ବେଳେ ଫ୍ଲାଟ୍‌ରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି ।

ତେବେ ସବୁ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଲୋକମାନେ ନିଜ ଘରେ ଗରମରୁ ମୁକ୍ତି ପାଇବା ପାଇଁ ଏସିର ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ଘଣ୍ଟା ଘଣ୍ଟା ଧରି ଏସି ଚାଲୁ ରହୁଥିବା ବେଳେ ଏପରି ବିସ୍ଫୋରଣ ହେଉଛି ।