ଫ୍ଲାଇଟରେ ଚାଲିଲାନି ଏସି, ଗରମରେ ଘଣ୍ଟାଏରୁ ଅଧିକ ସମୟ ଛଟପଟ ହେଲେ ଯାତ୍ରୀ

ଫ୍ଲାଇଟରେ ଚାଲିଲାନି ଏସି । ମାଗାଜିନ ଏବଂ ପେପରରେ ବିଞ୍ଚି ହେଲେ ଯାତ୍ରୀ । ବିମାନରେ ଯାତ୍ରୀ ବସିବା ସମୟରେ ହଠାତ ଖରାପ ହେଇଗଲା ଏସି ଯାହା ଫଳରେ ଏକ ଘଣ୍ଟାରୁ ଅଧିକ ସମୟ ଅସହ୍ୟ ଗରମରେ ବସିଲେ ଯାତ୍ରୀ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସଜେଟ୍ ଫ୍ଲାଇଟରେ ଦେଖିବାକୁ ମିଳିଛି ।

ତେବେ ଫ୍ଲାଇଟର ଏସି ବ୍ୟବସ୍ଥାରେ ତ୍ରୁଟି ଥିବାରୁ ଯାତ୍ରୀମାନେ ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ମାଗାଜିନ ଏବଂ ପେପରରେ ବିଞ୍ଚି ହେଉଥିବାର ମଧ୍ୟ ନଜର ଆସିଛି । ଗରମରେ ଅବସ୍ଥା ଏତେ ଖରାପ ହୋଇଗଲା ଯେ କେତେକ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଖରାପ ହୋଇଯାଇଥିବାର ଦେଖିବାକୁ ମିଳିଛି ।

ତେବେ ଏହି ସମୟର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ତେବେ ଟେକ୍ନିକାଲ ସମସ୍ୟା ଯୋଗୁଁ ଏଭଳି ଘଟିଛି । ସୂଚନା ଅନୁଯାୟୀ ଦିଲ୍ଲୀ ଏୟାରପୋର୍ଟରେ ଚେକ ଇନ୍ ପରେ ଏକ ଘଣ୍ଟା ପର୍ଯ୍ୟନ୍ତ ଏସି ଚାଲିନଥିଲା । ଫ୍ଲାଇଟ ଭିତରର ତାପମାତ୍ରା ୪୦ ଡିଗ୍ରୀ ରହିଥିଲା । ଏହା ପରେ ଫ୍ଲାଇଟ ଟେକ୍ ଅଫ ସମୟରେ ଯାଇ ଏସି ଚାଲୁ କରାଯାଇଥିଲା ।

You might also like