ରାଜସ୍ଥାନର ଇଡି ଅଫିସରଙ୍କୁ ଗିରଫ କଲା ACB, ୧୫ ଲକ୍ଷ ଲାଞ୍ଚ ନେବା ବେଳେ ଧରାପଡିଲେ

ମଣିପୁରରେ ଏକ ଚିଟ୍‌ ଫଣ୍ଡ କମ୍ପାନୀ କେସ ସେଟଲମେଣ୍ଟ ଏବଂ ଅନ୍ୟ ସୁବିଧା ଦେବା ନାମରେ ପୀଡିତ ଠାରୁ ୧୭ ଲକ୍ଷ ଟଙ୍କା ମାଗିଥିଲେ ଇଡି ଅଧିକାରୀ । ଅଧିକାରୀ ଜଣକ ପୀଡିତଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଥିଲେ ।

ରାଜସ୍ଥାନରେ ଇଡି ଅଫିସରଙ୍କୁ ଗିରଫ କରିଛି ଆଣ୍ଟି କରପସନ ବ୍ୟୁରୋ (ACB) । ଇଡିର ଜଣେ ଅଧେିକାରୀ ନବଲକିଶୋର ମୀନା ଏବଂ ସହଯୋଗୀ ବାବୁଲାଲ ମୀନାଙ୍କୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଧିକାରୀଙ୍କ ଅନେକ ଠିକଣା ଉପରେ ଚଢଉ ଜାରି ରଖିଛି ଏସିବି ।

ଖବର ମୁତାବକ, ମଣିପୁରରେ ଏକ ଚିଟ୍‌ ଫଣ୍ଡ କମ୍ପାନୀ କେସ ସେଟଲମେଣ୍ଟ ଏବଂ ଅନ୍ୟ ସୁବିଧା ଦେବା ନାମରେ ପୀଡିତ ଠାରୁ ୧୭ ଲକ୍ଷ ଟଙ୍କା ମାଗିଥିଲେ ଇଡି ଅଧିକାରୀ । ଅଧିକାରୀ ଜଣକ ପୀଡିତଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଥିଲେ । ଏହି ମାମଲାରେ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ ମଧ୍ୟ କରାଯାଇଛି ।

ମଣିପୁରରେ କିଛିଦିନ ହେଲାଣି ଲୋକ ଚିଟ୍‌ ଫଣ୍ଡ କମ୍ପାନୀ ଚଳାଇବା ଏବଂ ଠକାମିର ଶିକାର ହେଉଥିବା ନେଇ କେସ୍‌ ଦାଏର ହୋଇଥିଲା । ଏହି କେସ୍‌ରେ ପୀଡିତଙ୍କ ଠାରୁ ଇଡି ଅଧିକାରୀ ଲାଞ୍ଚ ନେଉଥିଲେ ।