କୁବେର ଇନ୍ସପେକ୍ଟର : ଆନ୍ଧ୍ରପ୍ରଦେଶର ଲାଇନ୍ ଇନ୍ସପେକ୍ଟରଙ୍କ ଘରୁ ଶହେ କୋଟି ଟଙ୍କାର ସମ୍ପତ୍ତି ଜବତ

ଆନ୍ଧ୍ରପ୍ରଦେଶ : ସବୁଠାରୁ ଧନୀ ଲାଇନ୍ ଇନ୍ସପେକ୍ଟର । ଆନ୍ଧ୍ରପ୍ରଦେଶର ଲାଇନ୍ ଇନ୍ସପେକ୍ଟରଙ୍କ ଘରୁ ଜବତ ହେଲା ଶହେ କୋଟି ଟଙ୍କା । ଇନ୍ସପେକ୍ଟର ଏସ୍. ଲକ୍ଷ୍ମୀ ରେଡ୍ଡୀଙ୍କୁ ଘରେ ଚଢାଉ କରିଛି ଆଣ୍ଟି କରପ୍ସନ୍ ବ୍ୟୁରୋ । ଲକ୍ଷ୍ମୀ ରେଡ୍ଡୀଙ୍କ ଅଫିସ ସହିତ ୫ଟି ସ୍ଥାନରେ ଚଢାଉ କରାଯାଇଥିଲା । ଆନ୍ଧ୍ରପ୍ରଦେଶର ନେଲୋର ଓ ପ୍ରକାଶମ୍ ଜିଲ୍ଲାରେ ଚଢାଉ କିରିଛି ଆଣ୍ଟି କରପ୍ସନ୍ ବ୍ୟୁରୋ । ଦୁଇଟି ଜିଲ୍ଲାରେ ଲକ୍ଷ୍ମୀ ରେଡ୍ଡୀଙ୍କ ନାଁରେ ଏକାଧିକ ଜମି ଓ ସେଖିନ ଘର ଥିବା ଜାଣିବାକୁ ପାଇଥିଲା ଏସିବି । ଏସୁବୁର ମୂଲ୍ୟ ପାଖାପାଖି ଶହେ କୋଟି ଟଙ୍କା ହେବ । ୧୯୯୩ ମସିହାରେ କଭାଲୀ ସବ୍-ଷ୍ଟେସନରେ ଜଣେ ହେଲ୍ପର ଭାବେ ଚାକିରି କରିଥିଲେ । ପ୍ରମୋସନ ପାଇ ୧୯୯୬ରେ ଆସିଷ୍ଟାଣ୍ଡ ଲାଇନ୍ମ୍ୟାନ୍ ହୋଇଥିଲେ । ପରେ ୧୯୯୭ରେ ଲାଇନ୍ମ୍ୟାନ୍ ହୋଇଥିଲେ । ଏବେ ସେ ଲାଇନ୍ ଇନ୍ସପେକ୍ଟର ଭାବେ କାମ କରୁଛନ୍ତି ।