କନିଷ୍ଠ ଯନ୍ତ୍ରୀଙ୍କ ପାଇପ ଲାଇନରୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା,ପାଇପ୍‌ କାଟି ବାହାର କଲେ ଦୁର୍ନୀତି ନିବାରଣ ବ୍ୟୁରୋ,ଭିଡ଼ିଓ ଭାଇରାଲ

କର୍ଣ୍ଣାଟକ : ଯେଉଁଠି ଦେଖିବେ ଦୁର୍ନୀତି । ସତେ ଯେପର ଦୁର୍ନୀତି ଲୋକଙ୍କ ରକ୍ତରେ ମିଶି ଗଲାଣି । ପ୍ରତିଦିନ ଅଫିସରଙ୍କ ଘରୁ ବାହାରୁଛି ପୁଳା ପୁଳା ଟଙ୍କା । ତାହା ପୁଣି କାହାର ପାଇଖାନା ଟାଙ୍କିରୁ ତ କାହାର

ପାଣି ପାଇପରୁ । ଦୁର୍ନୀତି ନିବାରଣ ଅଫିସରଙ୍କ ଦ୍ୱାରା ଜବତ ହେଉଛି ଏହି ସବୁ ଟଙ୍କା । ନିକଟରେ ଆଣ୍ଟି କରପସନ୍‌ ବ୍ୟୁରୋ କର୍ଣ୍ଣାଟକର ଜଣେ PWD ଜୁନିଅର ଇଂଜିନିୟରଙ୍କ ଘରୁ ଜବତ କରିଛନ୍ତି ପୁଳା ପୁଳା ଟଙ୍କା । ଉକ୍ତ ଇଂଜିନିୟଙ୍କ ନାମ ହେଉଛି  ଶାନ୍ତା ଗୌଡ଼ା । ଘର କର୍ଣ୍ଣାଟକର କାଲବର୍ଗରେ ।

ମଜାକଥା ହେଉଛି ଏହି ସବୁ ଟଙ୍କା ଉକ୍ତ ଇଂଜିନିୟରଙ୍କ କାଲବର୍ଗ ଘରେ ଥିବା ଏକ ପାଣି ପାଇପରୁ ବାହାର କରାଯାଇଛି । ଦୁର୍ନୀତି ନିବାରଣ ବ୍ୟୁରୋର ଅଫିସରମାନେ ଉକ୍ତ ଇଂଜିନିୟରଙ୍କ ଘରେ ଥିବା ଏକ ପାଣି ପାଇପକୁ କାଟି ଏହି ଟଙ୍କା ସବୁ ବାହାର କରିଛନ୍ତି । ଭିଡ଼ିଓରେ ଦେଖାଯାଇଛି ଯେ ଦୁର୍ନୀତି ନିବାରଣ ବିଭାଗର ଅଫିସରମାନେ ଉକ୍ତ ଇଂଜିନିୟରଙ୍କ ଘର ପାଇପକୁ ଆରି ସାହାଯ୍ୟରେ କାଟିଛନ୍ତି । ଉପର ଭାଗରୁ ଜଣେ ଏକ ବାଡ଼ି ସାହାଯ୍ୟରେ ପାଇପ ଭିତରୁ ଠେଲୁଥିବା ବେଳେ ତଳେ ଅନ୍ୟ ଜଣେ ଅଫିସର ଏକ ବାଲଟିରେ ଉକ୍ତ ଟଙ୍କାଗୁଡ଼ିକୁ ଭରୁଛନ୍ତି ।

courtsy : India Today

ପାଇପରୁ ଖାଲି ୫୦୦ ଟଙ୍କିଆ ନୋଟଗୁଡ଼ିକ ବାହାରୁଛି । ଭିଡ଼ିଓଟି ଭାଇରାଲ ହେବା ପରେ ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର ‘ମୋତେ ୪ ବାଲଟି ଟଙ୍କା ଦିଅ ’ ବୋଲି କହିଥିବା ବେଳେ ଅନ୍ୟ ଜଣେ ୟୁଜର ସବୁଆଡେ ଦୁର୍ନୀତିର ଚେର ଲମ୍ବିଛି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହି ଭିଡ଼ିଓଟି ୧୦୫ ଥର ରିଟ୍ଵିଟି ହୋଇଥବା ବେଳେ ୩୪୬ ଲାଇକ୍‌ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.