କାର୍‌ ଚଳାଉଥିବା ବେଳେ ଜାଣିଲେ ତାଙ୍କର ପଜିଟିଭ୍‌, ତା ପରେ ଦୁର୍ଘଟଣା

କେରଳର କୋଲ୍ଲମରେ ଏକ ଦୁର୍ଘଟଣା ଘଟିଥିଲା ଗତ ସୋମବାର ଦିନ । ସକାଳ ପ୍ରାୟ ୧୦ଟା ବେଳେ ଜଣେ ୪୦ ବର୍ଷ ବୟସ୍କ ମହିଳା ନିଜ କାର୍‌ଟିକୁ ନେଇ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ଦେଇଥିଲେ । ଯଦିଓ ତାଙ୍କ ଜୀବନ ବଞ୍ଚି ଯାଇଥିଲା ତେବେ ସେ ଆହତ ହୋଇ ବେଶ୍‌ କିଛି ସମୟ ରାସ୍ତା ଉପରେ ବସି ରହିଲେ । ହେଲେ ନା ଆମ୍ବୁଲାନ୍ସ ଆସିଲା ନା ଆଉ କେହି ଲୋକ ତାଙ୍କୁ ହସପିଟାଲ ନେଲେ । ପ୍ରାୟ ଘଣ୍ଟାଏ ପରେ ଦମ୍‌କଳ ବାହିନୀ କର୍ମଚାରୀ ଆସି ପହଞ୍ଚି ତାଙ୍କୁ ହସପିଟାଲ ପଠାଇବାରେ ସାହାଯ୍ୟ କରିଥିଲେ ।

ତେବେ ଏଇ ଦୁର୍ଘଟଣା ପଛରେ ଏକ ରହସ୍ୟ ରହିଛି । ମହିଳା ଜଣକ କାହିଁକି ଗାଡ଼ିକୁ ବିଦ୍ୟୁତ୍‌ ଖୁଣ୍ଟରେ ବାଡ଼େଇ ଦେଲେ ଆସନ୍ତୁ ଜାଣିବା । ଏହି ମଧ୍ୟବୟସ୍କ ମହିଳା ଜଣକ ନିଜର ଦୁଇଟି ପିଲାଙ୍କୁ ଜଣେ ସମ୍ପର୍କୀୟଙ୍କ ଘରେ ଛାଡ଼ି କାମରେ ଯାଉଥିବା ବେଳେ ତାଙ୍କ ପାଖକୁ ସୂଚନା ଆସିଲା ଯେ ଟେଷ୍ଟରୁ ତାଙ୍କର କରୋନା ପଜିଟିଭ୍‌ ଆସିଛି । ବାସ୍‌ ସେଥିରେ ସେ ହଡ଼ବଡ଼େଇ ଗଲେ, ଚମକି ପଡ଼ି ଗାଡ଼ି ଆକସିଡେଣ୍ଟ କରିଦେଲେ । ଆହତ ଅବସ୍ଥାରେ ଥିବା ବେଳେ ଦମ୍‌କଳ ବାହିନୀ କର୍ମଚାରୀ ତାଙ୍କୁ ପିପିଇ କିଟ୍‌ ପିନ୍ଧାଇ ଥିଲେ । ତେବେ ରୋଗୀ କିମ୍ବା ଆହତଙ୍କୁ ଡାକ୍ତରଖାନା ନେବା ପାଇଁ ସେମାନଙ୍କୁ ଅନୁମତି ନାହିଁ ବୋଲି କହିବା ପରେ ମହିଳା ଜଣକ ନିଜ ପଡ଼ୋଶୀଙ୍କୁ ଫୋନ୍‌ କଲେ । ସେହି ପଡ଼ୋଶୀ ଆସି ତାଙ୍କୁ ତାଙ୍କ କାର୍‌ରେ ଡାକ୍ତରଖାନା ନେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.