ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଚଳନ୍ତା ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ

ହିମାଚଳ ପ୍ରଦେଶ: ଘରେ ପଶିଗଲା ଚଳନ୍ତା ଟ୍ରକ୍‌। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ। ଆଜି ସକାଳେ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଏଭଳି ଏକ ଛାତି ଥରା ଘଟଣା ଘଟିଛି। ଏଠାକାର ଖଲିୟାର ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ନିୟନ୍ତ୍ରଣ ହରାଇ ସାମ୍ନାରେ ଥିବା ଘରେ ପଶିଯାଇଥିଲା। ଟ୍ରକ୍‌ ଘରେ ପଶିଯିବା ପରେ ସ୍ଥାନୀୟ ଲୋକେ ଚିତ୍କାର କରିଥିଲେ।ଲୋକଙ୍କ ପାଟି ଶୁଣି ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରକ୍‌ ଘରେ ପଶିଯିବା ଯୋଗୁ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ସ୍ଥାନୀୟ ଲୋକେ କାନ୍ଥ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ବାହାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

ଏ ନେଇ ଅତିରିକ୍ତ ଏସ୍‌ପି ଆଶିଷ ଶର୍ମା କହିଛନ୍ତି, ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଷ୍ଟମର୍ଟମ୍‌ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ସୂଚନା ମୁତାବକ, ଏହି ଘଟଣା ପରେ ଟ୍ରକର ଡ୍ରାଇଭର ଫେରାର ଅଛି। ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ।

Also Read: କୁନି ପିଲାର ରୟାଲ ଲାଇଫ୍‌ଷ୍ଟାଇଲ: ଗାଧାଏ କ୍ଷୀର ମହୁରେ, ଖେଳେ ସୁନା ଖେଳନାରେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.