ଭାରତ-ନେପାଳ ସୀମାରେ ବଡ଼ ଦୁର୍ଘଟଣା, ଟ୍ରାକ୍ଟର ଧକ୍କାରେ ବାଇକ୍‌ ଟାଙ୍କିରେ ଲାଗିଲା ନିଆଁ; ୩ ନେପାଳି ନାଗରିକ ମୃତ

ଉତ୍ତର ପ୍ରଦେଶର ଶ୍ରୀବସ୍ତିରେ ଭାରତ-ନେପାଳ ସୀମା ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତେ ନେପାଳର ନାଗରିକ ବୋଲି ଜଣାପଡ଼ିଛି । ମୃତକମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । କୁହାଯାଉଛି ଯେ ଟ୍ରାକ୍ଟର ସହ ଧକ୍କାରେ ବାଇକ୍‌ର ତେଲ ଟାଙ୍କି ଫାଟିଯାଇଥିଲା । ଫଳରେ ଏଥିରେ ନିଆଁ ଲାଗିଯାଇଥିଲା ।

ଘଟଣା ମଙ୍ଗଳବାର ରାତିରେ ଘଟିଥିବା କୁହାଯାଉଛି । ବ୍ୟବଚ୍ଛେଦ ପରେ ସମସ୍ତ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଦୁର୍ଘଟଣା ପରେ ଫେରାର୍‌ ଟ୍ରାକ୍ଟର ଚାଳକଙ୍କୁ ପୋଲିସ ଖୋଜାଖୋଜି କରୁଛି । ସ୍ଥାନୀୟ ଥାନା ଅଧିକାରୀ ଗୌରବ ସିଂ କହିଛନ୍ତି ଯେ ସିରସିୟା ଥାନା ଅଧୀନ ରାଜାପୁର ଗାଁର ଏହି ମୃତକମାନେ ହେଲେ, ଲାଲା ବାହାଦୂର (୩୦), ଗୋବର୍ଦ୍ଧନ ଧରତୀ (୫୦) ଓ କଳ୍ପନା ଶ୍ରେଷ୍ଠ (୨୮) ।

ପୋଲିସ ସୂଚନା ଅନୁସାରେ, ଦୁର୍ଘଟଣା ପରେ ଅଭିଯୁକ୍ତ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି । ପୋଲିସ ତାଙ୍କୁ ଖୋଜାଖୋଜି କରୁଛି । ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ । ଏହା ସହ ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ମଧ୍ୟ ଜବତ କରିଛି ।

You might also like