ତେଜ୍ ପ୍ରତାପ ଯାଦବଙ୍କ ଗାଡି ହେଲା ଦୁର୍ଘଟଣାଗ୍ରସ୍ତ, ଅଲ୍ପକେ ବର୍ତ୍ତିଲେ ଲାଲୁଙ୍କ ପୁଅ

ଆରଜେଡିର ବରିଷ୍ଠ ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍ ପ୍ରତାପ ଯାଦବଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ । ଏଥିରେ ତେଜ ପ୍ରତାପ ସାମାନ୍ୟ ଆହାତ ହୋଇଥିବା ଜଣା ପଡିଛି । ଏହି ଦୁର୍ଘଟଣା ପାଟନାର ଇକୋ ପାର୍କ ସାମ୍ନାରେ ହୋଇଛି ବୋଲି ସୂଚନା ମିଳିଛି । ଦୁଇଟି ଗାଡି ନିଜ ଭିତରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି ।

ଏହା ପୁର୍ବରୁ ଅର୍ଥାତ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପୁର୍ବରୁ ତେଜ ପ୍ରତାପଙ୍କ ଗାଡି ଏକ ଗଣମାଧ୍ୟମର କ୍ୟାମେରାମ୍ୟାନଙ୍କ ଗୋଡରେ ଚଢାଇ ଦେଇଥିଲା । ଯେଉଁଥିପାଇଁ ସେସମୟରେ ତେଜ ପ୍ରତାପଙ୍କୁ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ବିରୋଧର ଶିକାର ହେବାକୁ ପଡିଥିଲା ।ଏହା ପରେ ତେଜ ପ୍ରତାପ ନିଜ ସୁରକ୍ଷା କର୍ମୀ ମାନଙ୍କ ଦ୍ବାରା ଗଣମାଧ୍ୟମ ପ୍ରିତିନିଧିଙ୍କ ଉପରେ ଆକ୍ରମଣ କରିଥିଲେ ।

ସୂଚନା ମୁତାବକ ତେଜ ପ୍ରତାପ ଯାଦବ ଘରୁ ବାହରିବା ସମୟରେ ତାଙ୍କ କାରର ଚକା ତଳେ ଜଣେ ଗଣମାଧ୍ୟମ କ୍ୟାମେରାମ୍ୟାନଙ୍କ ଗୋଡ ରହିଯାଇଥିଲା । ତେଜ ପ୍ରତାପଙ୍କ ଗାଡି କ୍ୟାମେରା ମ୍ୟାନର ଗୋଡକୁ ଚଢେଇବା ବେଳେ କ୍ୟାମେରାମ୍ୟାନ ଜଣଙ୍କ ନିଜ କ୍ୟାମେରାରେ ତେଜ ପ୍ରତାପଙ୍କ ଗାଡିର କାଚକୁ ବାଡେଇ ଦେଇଥିଲେ । ଯେଉଁଥି ପାଇଁ ତେଜ ପ୍ରତାପଙ୍କ ସୁରକ୍ଷାକର୍ମୀ ସେହି କ୍ୟାମେରା ମ୍ୟାନ ଓ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ କରିଥିଲେ ।

ଏହି ମାମଲା ପରେ ତେଜ ପ୍ରତାପ ଯାଦବ ଟ୍ବିଟ୍ କରି ଲେଖିଥିଲେ ମତଦାନ କରିସାରିବା ପରେ ଯେତେବେଳେ ମତଦାନ କେନ୍ଦ୍ରରୁ ବାହାରକୁ ଆସୁଥିଲି ସେତେବେଳେ ମୋ ଉପରେ ମରଣାନ୍ତକ ଆକ୍ରମଣ ହେଇଥିଲା । ଏଥିରେ ମୋ ଗାଡି, ଡ୍ରାଇଭର,ସୁରକ୍ଷା କର୍ମୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହା ପରେ ତେଜ ପ୍ରତାପ ଯାଦବ ଏହି ମାମଲାରେ ପୋଲିସରେ ଅଭିଯୋଗ କରିଥିଲେ ।

Sasmita

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

11 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

26 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

38 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

39 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago