ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୫ ଜଣଙ୍କର ପ୍ରାଣ ଚାଲିଯାଇଛି । ମୃତକମାନେ ଗୋଟିଏ ପରିବାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗ୍ରେଟର ନୋଏଡା ସ୍ଥିତ ନଜେଲ ପାର୍କ ଥାନା କ୍ଷେତ୍ରରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରୁ ୩ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି । ଦୁର୍ଘଟଣା ବିଷୟରେ ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି ।
ସୂଚନା ମୁତାବକ, ଦ୍ରୁତ ଗତିରେ ଏକ କାର ରାସ୍ତାରେ ଠିଆ ହୋଇଥିବା ଏକ ଖରାପ ଟ୍ରକ୍ ସହ ପିଟି ହୋଇଥିଲା । ଫଳରେ ୫ ଜଣଙ୍କର ଜୀବନ ଚାଲିଯାଇଥିଲା । ଫଳରେ ଦୁର୍ଘଟଣା ଘଟିଥିବା ପୋଲିସ କହିଛି । ପୋଲିସ ଫସିଥିବା ମୃତଦେହକୁ ବହୁ କଷ୍ଟରେ ବାହାର କରିଛି । ଘଟଣା ସ୍ଥଳରୁ ଶବ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇ ଦେଇଛି ।
ସୂଚନାଯୋଗ୍ୟ, ଲକ୍ଷ୍ନୌର କାକୌରୀରେ ରହୁଥିବା ଏକ ପରିବାର ୪ ବର୍ଷୀୟ ପୁଅର ମୁଣ୍ଡନ ନିମନ୍ତେ ବନ୍ଧୁବାନ୍ଧବଙ୍କୁ ଧରି ଏକ ବସ୍ରେ ମଥୁରା ଯାଇଥିଲେ । ବସ୍ରେ ପ୍ରାୟ ୬୦ ଜଣ ଥିଲେ । ମଥୁରାରୁ ଫେରୁଥିବା ବେଳେ ବସ୍ଟି ଫିରୋଜାବାଦ ଅତିକ୍ରମ କରୁଥିଲା । ଉକ୍ତ ସମୟରେ ଡ୍ରାଇଭରଙ୍କ ଆଖି ଲାଖିଯିବାରୁ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଥିବା ଡମ୍ଫରରେ ପିଟି ହୋଇଥିଲା । ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ।
ସେହିପରି ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାର ନସିରପୁର ଥାନା ଅଧୀନ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍ ୱେରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଅଯୋଧ୍ୟାରୁ ବୃନ୍ଦାବନ ଯାଉଥିବା ଏକ ଯାତ୍ରୀବାହୀ ବସ୍ ରାସ୍ତାରେ ଠିଆ ହୋଇଥିବା ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଇଥିଲା ।